ଆରମ୍ଭ ହୋଇଗଲା ଧର୍ମନାମରେ ଲଢେଇ : ଜୟ ଶ୍ରୀ ରାମ ନକହିବାରୁ ଯୁବକଙ୍କୁ ଆକ୍ରମଣ

ଗୁଡଗାଁଓ : ଆରମ୍ଭ ହୋଇଗଲା ଆତଙ୍କ ରାଜ , ଧର୍ମ ନାମରେ ଏବେ ବଢିବ ଅଧର୍ମର ଲଢେଇ , ମଣିଷ ପଣିଆକୁ ଜଳା ଞ୍ଜଳି ଦେଇ ଏବେ ଧର୍ମାନ୍ଧଙ୍କ ରାଜନୀତି ା ଧର୍ମ ନାମରେ ଆତଙ୍କ ରାଜର ଆରମ୍ଭ ଦିଲ୍ଲୀର ଗୁଡଗାଁଓରେ ଘଟିଛି ଏକ ଅଭାବନୀୟ ଘଟଣା। ‘ଜୟ ଶ୍ରୀରାମ’ ନ କହିବାରୁ ଜଣେ ମୁସଲମାନ ଯୁବକଙ୍କୁ ପିଟିବା ସହ ତାଙ୍କ ଟୋପି କାଢି ଫୋପାଡି ଦେଇଛନ୍ତି କିଛି ଅଜ୍ଞାତ ଯୁବକ। ରବିବାର ବିଳମ୍ବିତ ରାତିରେ ମହମ୍ମଦ ବରକତ ଆଲାମ ନାମ ଯୁବକ ମସଜିଦ୍‌ରୁ ପ୍ରାର୍ଥନା ସାରି ଘରକୁ ଫେରୁଥିବାବେଳେ ବାଟରେ କିଛି ଯୁବକ ତାଙ୍କ ଅଟକାଇ ‘ଜୟ ଶ୍ରୀରାମ’ ଏବଂ ‘ଭାରତ ମାତା କି ଜୟ କହିବାକୁ ପ୍ରବର୍ତ୍ତାଇଥିଲେ। କିନ୍ତୁ ସେ କହିବାକୁ ମନା କରିବାରୁ ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ। ଯୁବକଙ୍କ କବଳରୁ ଖସିଆସି ମସଜିଦକୁ ଫୋନ କରିଥିଲେ ଆଲାମ। ଫଳରେ ତାଙ୍କ ସମ୍ପର୍କୀୟମାନେ ଆସି ଆହତ ଆଲମଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *