କେଏଲଏମରେ ରକ୍ତଦାନ ଶିବିର ୬୭ ୟୁନିଟ ରକ୍ତ ସଂଗ୍ରହ

ସୋର ୧୫/୧୨  : ରକ୍ତ ଅଭାବରୁ ଆଉ କେହି ନମରନ୍ତୁ , ଏଭଳି ଏକ ମହାନ ଚିନ୍ତା ଚେତନାର ବାର୍ତାବହ ସାଜିଛି ସୋର କମରପୁର ସ୍ଥିତ କେ ଏଲ ଏମ ମେଡିକାଲ Iସେ

ବାକୁ କର୍ମଭାବି ଜୀବନର ଅଧେରୁ ଅଧିକ ଦିନ ସେବାକରି ନିଜର ଏକ ସ୍ବତନ୍ତ୍ର ପରିଚୟ ପାଇଥିବା ଡକ୍ଟର ଧୀରେଶ ଶଡଙ୍ଗୀଙ୍କ ଧର୍ମ ପତ୍ନୀ ଅଶିମା ଶତପଥିଙ୍କ ମାଲିକାନାରେ ଥିବା କେ ଏଲ ଏମ  ମେଡିକାଲରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ସୋର ବିଧାୟକ ଉଦଘାଟନ କରିଥିଲେ।

ସମ୍ମାନିତ ଅତିଥ୍‌ ଭାବେ ଅବସରପ୍ରାପ୍ତ ସିଡିଏମଓ ଶଶାଙ୍କ ଶେଖର ଆଚାର୍ଯ୍ୟ, ଡ. ଧୀରେଶ କୁମାର ଷଡଙ୍ଗୀ ଉପସ୍ଥିତଥିଲେ ।

ସିବିରକୁ କେଏଲ ଏମ ହସିପିଟାଲର ନିର୍ଦ୍ଦେଶିକା ଡ. ଅସୀମା ଶତପଥୀ ପରିଚାଳନା କରିଥିଲେ। ଶିବିରରୁ ୬୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ବାଲେଶ୍ଵର ରକ୍ତଭଣ୍ଡାର କର୍ମଚାରୀ ଅକ୍ଷୟ କୁମାର ଜେନା, ଜଗନ୍ନାଥ ପଣ୍ଡା, ସୁଚିସ୍ମିତା ଦାସ, ବିଦ୍ୟାଧର ସାହୁ, ବିନୋଦ ବିହାରୀ ଦାସ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *