ହାତଛାଡିଲେ କୁଆଡେ ଜିବେ

ବାଲେଶ୍ବର/ ଜଳେଶ୍ବର : କଂଗ୍ରେସ ଆଉ ଆଜିର କଂଗ୍ରେସ ଭିତରେ ଆକାଶ ପାତାଳ ଫରକ ା ସେଦିନର କଂଗ୍ରେସ ଦଳ ଲୋକଙ୍କ ଦଳ ହୋଇ ଥିଲା ମାତ୍ର ଆଜିର କଂଗ୍ରେସ ଲୋକଙ୍କ ଦଳ ହୋଇ ନାହିଁ ,ପୁରାପୁରି ବ୍ୟବସାୟ କରୁଛି । ଏଭଳି କଟୁ ମନ୍ତବ୍ୟ ଦେଇଛନ୍ତି ଜଳେଶ୍ୱରର ପୂର୍ବତନ କଂଗ୍ରେସ ବିଧାୟକ ଦେବୀ ପ୍ରସନ୍ନ ଚନ୍ଦ । ଆଜି ପୂର୍ବାହ୍ନରେ ବାଲେଶ୍ଵର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ଇସ୍ତଫା ପତ୍ର ରାଜ୍ୟ ପିସିସି ସଭାପତିଙ୍କ ନିକଟକୁ ପଠାଇବା ସହ କଂଗ୍ରେସ ଉପରେ ବର୍ଷି ଥିଲେ ଦେବୀ ପ୍ରସନ୍ନ ଚନ୍ଦ ା

୧୯୯୨ ମସିହା ରୁ କଂଗ୍ରେସ ଦଳରେ ଶୃଙ୍ଖଳିତ କର୍ମୀ ହିସାବରେ କାର୍ଯ୍ୟ କରି ୨୦୦୯ ମସିହାରେ କଂଗ୍ରେସରୁ ଜଳେଶ୍ବର ବିଧାୟକ ଭାବେ ପ୍ରାର୍ଥୀ ହୋଇ ଦେବୀ ବିଜୟର ଟିକା ପିନ୍ଧିଥିଲେ । ପୁନର୍ବାର ୨୦୧୪ ନିର୍ବାଚନରେ ଦେବୀ କଂଗ୍ରେସର ପ୍ରାର୍ଥୀ ହୋଇ ୫୩ ହଜାରରୁ ଅଧିକ ଭୋଟ୍ ପାଇ ବିଜେଡ଼ି ଠାରୁ ପରାସ୍ତ ହୋଇଥିଲେ। ତେବେ ଦେବୀ ଜଣେ ଶୃଙ୍ଖଳିତ କର୍ମୀ ହିସାବରେ ଦଳର ସମସ୍ତ କାର୍ଯ୍ୟ ତୁଲାଉ ଥିବାବେଳେ କିଛି ମାସହେବ ଦଳ ତାଙ୍କୁ ଅଣଦେଖା କରିଆସୁଛି ବୋଲି ନିଜ ଇସ୍ତଫା ପତ୍ରରେ ଜଣାଇଛନ୍ତି । ସବୁଠାରୁ ବଡ ପ୍ରଶ୍ନକି ସେ କଂଗ୍ରେସରୁ ଇସ୍ତଫା ପରେ  ଅନ୍ଗୟକଉଦଳକୁ ଜିବେ ନା ସ୍ତିବାଧୀନ୍ ରେ ଲଢିବେ ତାହା ଦେଖିବାକୁ ବାକି ରହିଲା ।

ମାତ୍ର ଗତ ଫେବୃଆରୀ ୨୪ ତାରିଖରେ ଆମେ ପ୍ରକାଶ କରିଥିବା  ଦେବୀ ପଢିବେ ମୋଦିମନ୍ତ୍ର ଖବରଟି ସତହେବା ଆସଙ୍କା ଦ୍ରୁଢିଭୂତ ହେଉଥିଲା ବେଳେ ତାହା କେତେଦୁର ସତ୍ୟହେବ ସମୟ କହିବ ା

Leave a Reply

Your email address will not be published. Required fields are marked *