ଜଳେଶ୍ୱର : ( ସଂଜୟ ଦାସ ) ଏ କେମିତିକା ସମଗ୍ରଶିକ୍ଷା ଅଭିଯାନର ନିୟମ। ସଭିଏଁ ପଢନ୍ତୁ,ସଭିଏଁ ବଢ଼ନ୍ତୁ ସ୍ଲୋଗାନ ନାମକୁ ମାତ୍ର। ଛୋଟ ଛୋଟ ପିଲାଙ୍କ ପାଠ ପଢ଼ା ନଷ୍ଟକରି ସ୍କୁଲ କାମରେ ଲଗାଉଛନ୍ତି ସ୍କୁଲ ଶିକ୍ଷୟିତ୍ରୀ । ଏମାନେ କେମିତିକା ଶିକ୍ଷୟତ୍ରୀ । ନିଜେ ବାବୁଆଣୀ ସାଜି କୋମଳମତି ପିଲାମାନଙ୍କୁ ଅପରିଷ୍କାର ସଫାକରିବାକୁ ହୁକୁମ ଦେଇ କାମରେ ଲଗାଉଛନ୍ତି । ସ୍କୁଲକୁ ଆସୁଥିବା ସରକାରୀ ଅର୍ଥ କମ୍ପଜିଟଗ୍ରାଣ୍ଡ ୨୫ହଜାର ଟଙ୍କା କୁଆଡେ ଯାଉଛ। ସ୍କୁଲରେ ସରକାରଙ୍କ ଦଣ୍ଡମୁକ୍ତ ନିୟମ ଲାଗିଥିଲା ବେଳେ ଏଠି ଚିତ୍ର ପୁରାପୁରି ଅଲଗା। ଯାହାକି ଏପରି ଅମାନବିକତାର ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଥିବା ଦେଉଳା ମନୋରଞ୍ଜନ ଉପ୍ରା ବିଦ୍ୟାଳୟରେ । ତା:୨୧/୦୧/୨୦୨୦ରିଖ ମଙ୍ଗଳବାର । ସମୟ ସକାଳ ୧୦ଟା ୨୫ । ପିଲାମାନେ ବସ୍ତାନିଧରି ସ୍କୁଲରେ ପହଞ୍ଚିବାପରେ ସ୍କୁଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ପିଲାମାନଙ୍କୁ କାମରେ ଲାଗିବା ପାଇଁ ହୁକୁମ ଦେଲେ । ଶିକ୍ଷୟତ୍ରୀ ଜଣକ ନିଜେ ବାବୁଆଣୀ ସାଜି ପିଲାମାଙ୍କୁ ଲଗାଇଦେଲେ କାମରେ । ସମଗ୍ରଶିକ୍ଷା ଅଭିଯାନର ସ୍ଲୋଗାନ ଏ ଚିତ୍ର କହୁଛି ସଭିଏଁ ପଢ଼ନ୍ତୁ,ସଭିଏଁ ବଢ଼ନ୍ତୁ ପୁରା ଫେଲ ମାରିଛି । ପ୍ରଶ୍ନ ଉଠୁଛି ଯେ ଏହି କମଳମତି ପିଲାଙ୍କ ପାଠ ପଢ଼ା ବନ୍ଦ କରି କାହିଁକି କାମରେ ଲଗାଯାଉଛି । ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯଦି ଏଭଳି କାର୍ଯ୍ୟକୁ ଠିକ ଭାବୁଛନ୍ତି ତେବେ ଗଣମାଧ୍ୟମ ଙ୍କୁ ଦେଖି ପିଲାମାନଙ୍କୁ କାମ ବନ୍ଦ କରାଇ ଶିକ୍ଷୟତ୍ରୀ ଜଣକ କ୍ୟାମେରା ମୁହାଁ ପଛକରି କାହିଁକି ପଳାଇଗଲେ । ପୂର୍ବରୁ ଏହି ସ୍କୁଲର ଜଣେ ପ୍ରଧାନ ଶିକ୍ଷୟତ୍ରୀ ଜାତୀୟ ପତାକାକୁ ଅବମାନନା କରିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଧାନ ଶିକ୍ଷୟତ୍ରୀ ଦଣ୍ଡ ଭୋଗିବା ସହ ଅନ୍ୟତ୍ର ବଦଳି ହୋଇଥିବାର ନଜିର ରହିଛି । ତେବେ ଆଜିର ଏଭଳି ଘଟଣାର ଚିତ୍ର ପଦାରେ ପଡିବା ପରେ ଶିକ୍ଷୟତ୍ରୀଙ୍କ ଉପରେ କଣ କାର୍ଯ୍ୟନୁଷ୍ଠା ନିଆଯାଇଛି ତାହା ଦେଖିବାକୁ ବାକିରହିଲା ।
