ପୁଣି ଭାଇରାଲ ହେଲା ମାଟ୍ରିକ ଇରାଂଜୀ ପରୀକ୍ଷା ପ୍ରଶ୍ନପତ୍ର

କଟକ: ପୁଣି ଭାଇରାଲ ହେଲା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର । ଓଡିଆ ପ୍ରଶ୍ନପତ୍ର ପରେ ଆଜି ଇରାଂଜୀ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହୋଇଛି । ବଲାଙ୍ଗୀରରେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି ପ୍ରଶ୍ନପତ୍ର । ପରୀକ୍ଷା ଆରମ୍ଭ ହେବାର ୧୫ରୁ ୨୦ ମିନିଟ ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ।

ସୂଚନାଯୋଗ୍ୟ, ମାଟ୍ରିକ ପରୀକ୍ଷା ଗତ ୨୨ ତାରିଖରୁ ଆରମ୍ଭ ହୋଇଛି । ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡିଥିଲା । ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା ପ୍ରଶ୍ନପତ୍ର । ପ୍ରଥମେ ନୂଆପଡା ଓ ପରେ ଢେଙ୍କାନାଳ, ଜୟପୁର ଏବଂ କନ୍ଧମାଳରୁ ସମାନ ଅଭିଯୋଗ ଆସିଥିଲା । ଯାହାକୁ ନେଇ ମାଧ୍ୟମିକ ପରିଷଦ ବୋର୍ଡ ବିବାଦ ମଧ୍ୟକୁ ଠେଲି ହୋଇଯାଇଥିଲା । ବୋର୍ଡର ପଦକ୍ଷେପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହି ଘଟଣାରେ ବୋର୍ଡର ସଭାପତି ଜାହାନ ଆରା ବେଗମ ତଦନ୍ତ ନିର୍ଦ୍ଦେଶ ଦେବା ସହ କାରର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।

ଏହାପରେ ଭାଇରାଲ ହୋଇଥିବା ହାଇସ୍କୁଲ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତିକରି ପୋଲିସ ୭ଜଣଙ୍କ ନାମରେ ଏତଲା ରୁଜୁ କରି ଗିରଫ କରିଥିଲା । ଏହାସହ ବୋର୍ଡ ପକ୍ଷରୁ ମଧ୍ୟ ୧୧ଜଣ ଅଧିକାରୀଙ୍କୁ ନିଳମ୍ବିତ କରାଯାଇଥିଲା । ଆଜି ପୁଣି ଦୁଇଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଫଳରେ ଗିରଫଦାରୀ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *