କୋର୍ଟରେ ହାଜର ହେଲେ ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର: ଭୁବନେଶ୍ବର କୋର୍ଟରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। କଣ ହେବ ପ୍ରତାପଙ୍କ ଭବିଶ୍ୟତ କୋର୍ଟ ଦୋଶମୁକ୍ତ କରି ଖଲାସ କରିବେ ନା ଦୋଶ ଯୁକ୍ତ କହି ଦଣ୍ଡ ଦେବେ ତାହା ସମୟ କହିବା ୨୦୦୪ ଓ ୨୦୧୧ରେ ଏକ ମାମଲାରେ ପ୍ରତାପ ଷଡ଼ଙ୍ଗୀ ଶୁକ୍ରବାର ଭୁବନେଶ୍ୱର କୋର୍ଟରେ ହାଜର ହୋଇଛନ୍ତି। ପୂର୍ବରୁ କୋର୍ଟ ଦ୍ବାରା ଧାର୍ଯ୍ୟ ହୋଇଥିବା ତାରିଖରେ ଶ୍ରୀ ଷଡ଼ଙ୍ଗୀ କୋର୍ଟରେ ହାଜର ହୋଇନଥିଲେ। ଲୋକ ପ୍ରତିନିଧି ଭାବରେ ଦାୟିତ୍ୱ ବଢ଼ିଥିବାରୁ ଓକିଲଙ୍କ ଜରିଆରେ ସେ କୋର୍ଟକୁ ସମୟ ମାଗିଥିଲେ। କୋର୍ଟ ପରବର୍ତ୍ତୀ ଶୁଣାଣୀ ପାଇଁ ସେପ୍ଟେମ୍ବର ୬ତାରିଖକୁ ଧାର୍ଯ୍ୟ କରିଥିଲେ। ଏହି ମାମଲାରେ ଗତ ଜୁଲାଇ ୧୫ ତାରିଖରେ ହାଜର ହେବା ପାଇଁ ଶ୍ରୀ ଷଡଙ୍ଗୀଙ୍କୁ ସମନ ହୋଇଥିଲା। ହେଲେ ସେ ଲୋକସଭା ଚାଲିଥିବା ଦର୍ଶାଇ ସମୟ ମାଗିଥିଲେ। ତାଙ୍କ ଆବେଦନକୁ ଆଧାର କରି ଆଜି ଶୁଣାଣି ପାଇଁ ତାରିଖ ସ୍ଥିର ହୋଇଥିଲା।

ସୂଚନାଥାଉକି, ୨୦୦୪ ମସିହାରେ ବାଲେଶ୍ୱର ଜିଲ୍ଲା ଗୋପୀନାଥପୁରରେ ଏକ ବିବାଦ ହୋଇଥିଲା। ସେଠାରେ ଏକ ଗୋଷ୍ଠୀ ପୋଡ଼ାଜଳା କରିଥିଲେ। ପୋଡ଼ାଜଳାରେ ଆଦିବାସୀ ଠାକୁରଙ୍କ ମୂର୍ତ୍ତି ପୋଡ଼ି ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏତଲାରେ ଶ୍ରୀ ଷଡଙ୍ଗୀଙ୍କ ନାମ ରହିଥିଲା। ସେହିପରି ୨୦୧୧ ମସିହାରେ ଏକ ମନ୍ଦିର ଟ୍ରଷ୍ଟ କାର୍ୟ୍ୟକ୍ରମରେ ସେ ଆଦିବାସୀ ବିରୋଧୀ ମନ୍ତବ୍ୟ ଦେଇଥିବା ନେଇ ନୀଳଗିରି ଥାନାରେ ଏତଲା ହୋଇଥିଲା।

ଏହି ଦୁଇ ଏତଲାକୁ ଆଧାର କରି ବାଲେଶ୍ୱର କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା। ଏବେ ଅଧିକୃତ କୋର୍ଟରେ ଲୋକପ୍ରତିନିଧିଙ୍କ ମାମଲାର ଶୁଣାଣି ହେବା ପାଇଁ ନିଷ୍ପତ୍ତି ହେବାରୁ ଭୁବନେଶ୍ୱର ଏଡିଜେ-୩ କୋର୍ଟକୁ ଉଭୟ ମାମଲା ସ୍ଥାନାନ୍ତର ହୋଇଛି। ଏହି ମାମଲାରେ ଅନ୍ୟ ଦୁଇଜଣ ଅଭିଯୁକ୍ତ କୋର୍ଟରେ ହାଜର ହୋଇ ସାରିଥିବା ବେଳେ ଶ୍ରୀ ଷଡଙ୍ଗୀଙ୍କୁ ହିଁ ହାଜର ହେବାକୁ ଥିଲା।

Leave a Reply

Your email address will not be published. Required fields are marked *