ଭୋଗରାଇରେ”କରୋନା”ସନ୍ଦିଗ୍ଧ ଛାତ୍ର, ଚିକିତ୍ସା ପାଇଁ ସୋସିଆଲ ମିଡ଼ିଆର ସାହାରା

ଜଳେଶ୍ୱର : ( ସଂଜୟ ଦାସ ) ‘କରୋନା’ ଭଳି ମାରାତ୍ମକ ଭାଇରସ ଓଡିଶାରେ କାୟା ବିସ୍ତା FCର କରିବା ପୂର୍ବରୁ ସରକାରଙ୍କ ପକ୍ଷରୁ କଡ଼ା ସତର୍କ ସଚେତନତା କରାଯାଇ ଥିବାବେଳେ ପ୍ରତ୍ୟେକ ଜିଲ୍ଲାରେ ‘କରୋନା’ ହେଲ୍ପଳାଇନ ବ୍ୟବସ୍ଥା ସାଙ୍ଗକୁ କରୋନା ଏକ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି।ତାହାରି ଭିତରେ ଜର୍ମାନ ରୁ ଭୋଗରାଇ ଫେରିଥିବା ଛାତ୍ର ନିଜକୁ କରୋନା ଆକ୍ରାନ୍ତ ସନ୍ଦେହ କରି ସୋସିଆଲ ମିଡିଆରେ ଚିକିତ୍ସା ପାଇଁ ଆକୁଳ ନିବେଦନ କରିବା ଖଵରଟି ବଡ଼ ଚର୍ଚ୍ଚା ଜୋର ଧରିଛି । ଖବରରୁ ଜଣାପଡିଛି ଯେ ଭୋଗରାଇ ବ୍ଲକ ବାଜିତପୁର ଗାଁର ଜୟକୃଷ୍ଣ ଶତପଥୀଙ୍କ ୨୭ବର୍ଷର ପୁଅ ଜଗନ୍ନାଥ ସୁଦୂର ଜର୍ମାନରେ ରହି ପାଠ ପଢ଼ୁଥିବା ବେଳେ ‘କରୋନା’ ଭୟରେ ଗତ ୧୨ ତାରିଖ ରେ ଜର୍ମାନରୁ ଭୋଗରାଇ ପହଞ୍ଚିଥିଲେ । ଏହାରି ଭିତରେ ଛାତ୍ର ଜଗନ୍ନାଥଙ୍କ ଦେହ ଅସୁସ୍ଥ ହେବାସହ ଗଳାରେ ଯନ୍ତ୍ରଣା ଓ ଥଣ୍ଡା ଜ୍ଵର ଲାଗିରହିବା ଦେଖି ନିଜକୁ “କରୋନା” ସନ୍ଦିଗ୍ଧ ଭାବି ଆଜି ଅର୍ଥାତ ୧୫/୦୩/୨୦୨୦ ରିଖ ସକାଳ ୧୦ ସମୟରେ ବାଲେଶ୍ବର ଜିଲ୍ଲା କରୋନା ହେଲ୍ପଲା ଇନ ନମ୍ବର ୯୪୩୯୯୮୯୭୫୩ କୁ
ଫୋନ କରି ଚିକିତ୍ସାର ସହାୟତା ମାଗିଥିଲେ।

“କରୋନା” ସଙ୍ଗିଗ୍ଧ ଜଗନ୍ନାଥ
ଚିକିତ୍ସା ସହାୟତା ମାଗିବାପରେ ହେଲ୍ପଲାଇନ ପକ୍ଷରୁ ଜଗନ୍ନାଥଙ୍କୁ ବସ ଯୋଗେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ଆସିବାକୁ କହିଥିଲେ । ତେବେ ସରକାରଙ୍କ ଏଭଳି ନୀତିନିୟମ ଉପରେ ପ୍ରଶ୍ନ ଉଠାଇଥିଲେ ଜଗନ୍ନାଥ । ସ୍ଵାସ୍ଥ୍ୟ ଲକ୍ଷଣ ଅନୁଯାୟି ଯଦି ତାଙ୍କ ଦେହରେ ଭୁତାଣୁ ରହିଛି ତେବେ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ହେଲ୍ପଲାଇନର ପଦାଧିକାରୀ ମାନେ କେମିତି ଓ କିପରି ବସ ଭିଡ଼ ଭିତରେ ବିନା ସୁରକ୍ଷାରେ ସନ୍ଦିଗ୍ଧ ଜଣଙ୍କୁ ଡାକିଥିଲେ ? ସବୁଠାରୁ ବଡ଼କଥା ଯେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସ୍ୱାସ୍ଥ୍ୟ ବିଭାଗ ଯାଏ ଯେଉଁ “କରୋନା” ଠାରୁ ସତର୍କ ରହିବାର ଓ ଯେଉଁ ସୂଚନା କେନ୍ଦ୍ର ରହିଛି ତାହା ବାସ୍ତବିକ ସନ୍ଦିଗ୍ଧ କାର୍ଯ୍ୟରେ ଆସୁନାହିଁ । ନିଜ ସୋସିଆଲ ମିଡିଆରେ ଆକୁଳ ନିବେଦନ ପରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ ଛାତ୍ର ଜଗନ୍ନାଥଙ୍କ ଘରେ ପହଞ୍ଚି ଥିଲେବି ଚିକିତ୍ସା ର ସଠିକ ବ୍ୟବସ୍ଥା କରାଯାଇ ପାରିନାହିଁ ବୋଲି ଜଗନ୍ନାଥଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି ।

ଜଗନ୍ନାଥ ନିଜକୁ କରୋନା ସନ୍ଦିଗ୍ଧ ଭାବି ଚିକିତ୍ସା ପାଇଁ ଯେଉଁ ସୋସିଆଲ ମିଡିଆରେ ପୋଷ୍ଟ କରି ଗୁହାରି କରିଛନ୍ତି ତାକୁ ନେଇ ନିଜ ଭୋଗରାଇ ସମେତ ସାରା ବାଲେଶ୍ୱର ଜିଲ୍ଲାରେ ବର୍ତମାନ ‘କରୋନା’ ର ଭୟ ମୁଣ୍ଡ ଟେକିଛି।

ସବୁଠାରୁ ବଡ କଥାଯେ “କରୋନା”କୁ ନେଇ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ପଦାଧିକାରୀଙ୍କୁ ନେଇ ଜିଲ୍ଲାପାଳ ଏକ ଜରୁରୀ ବୈଠକ କରିଥିଲେ । ଉପସ୍ଥିତ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ସାଧାରଣ ଲୋକଙ୍କୁ ଅଧିକ ସତର୍କ ରହିବା ପାଇଁ କରୋନା ସଂକ୍ରମିତ ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ଉପସ୍ଥିତ ଥିବା ସାମ୍ବାଦିକ ମାନେ ଭୋଗରାଇ ର କରୋନା ସନ୍ଦିଗ୍ଧ ଛାତ୍ର ଜଗନ୍ନାଥଙ୍କ ସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚାରିଥିଲେ କିନ୍ତୁ ଜିଲ୍ଲାପାଳ କୌଣସି ସନ୍ତୋଷ ଜନକ ଉତ୍ତର ରଖିପାରି ନଥିଲେ ଯାହା ଦୁରଭାଗ୍ୟ ଜନକ ବୋଲି ବୁଦ୍ଧିଜିବି ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *