ଗାଁ ମହିଳା ସଂଘଙ୍କୁ ଡରୁଛି ଗାଁ କଲ୍ୟାଣ ସମିତି,ଭୟରେ ଆସିଲେନି ଅଙ୍ଗନୱାଡ଼ି ଦିଦି

ଜଳେଶ୍ୱର : ( ସଂଜୟ ଦାସ ) ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁ ପରିମଳ ଓ ସୁସ୍ଥ ପରିବେଶ ପାଇଁ ଗାଁ କଲ୍ୟାଣ ସମିତିକୁ ଆସୁଛି ଅର୍ଥ । ଗାଁ ପରିମଳ କାର୍ଯ୍ୟରେ ବିନିଯୋଗ କରାନଯାଇ ଆତ୍ମସାତ୍ ହେଉଥିବା ଅଭିଯୋଗ ସମ୍ପର୍କରେ ପ୍ରଥମେ ଆମେ ଗତ ତା ୦୩ /୦୮/୨୦୨୦ ରିଖରେ ଏକ ଖବର ପ୍ରକାଶ କରିଥିଲୁ । ଖବରକୁ ଆଧାର କରି ଜଳେଶ୍ୱର ବ୍ଲକ ନଛିମପୁର ପଞ୍ଚାୟତ ଦେଉଳା ଗାଁ କଲ୍ୟାଣ ସମିତି ଅର୍ଥ ଆତ୍ମସାତ୍ କୁ ନେଇ ଗାଁର ମହିଳା ସଂଘ ଘଟଣାର ତଦନ୍ତ ପାଇଁ ଗାଁ କଲ୍ୟାଣ ସମିତି ଦାଇତ୍ୱରେ ଥିବା ଅଙ୍ଗନୱାଡ଼ି ଦିଦି, ଆସାକର୍ମୀ, ୱାଡ଼ ମେମ୍ବରଙ୍କୁ ଧରି ଅର୍ଥ ସମ୍ପର୍କରେ ଜାଣିବା ପାଇଁ ଅଡ଼ି ବସିଥିଲେ । ତେବେ ଘଟଣାକୁ ନେଇ ସରପଞ୍ଚ ଦୀପାଳି ଜେନାଙ୍କ ହସ୍ତକ୍ଷେପ ପରେ ସମସ୍ତ ଅଭିଯୋଗର ତଦନ୍ତ ପାଇଁ ଦିନ ଧାର୍ଯ୍ୟ କରିଥିଲେ । କିନ୍ତୁ ସବୁଠାରୁ ବଡ଼ କଥା ଯେ ଗାଁ ମହିଳା ସଂଘର ମହିଳା ମାନଙ୍କୁ ଠକି ଦେଲେ ସରପଞ୍ଚ ଦୀପାଳି ଜେନା । କଥାଦେଇ କଥା ରଖିଲେନି। ଅନ୍ୟପଟେ ଗାଁ ମହିଳା ସଙ୍ଘଙ୍କୁ ଡରୁଛି ଗାଁ କଲ୍ୟାଣ ସମିତି । ଭୟରେ ବୈଠକକୁ ଆସିଲେ ନାହିଁ ଅଙ୍ଗନ ୱାଡ଼ି ଦିଦି କି ୱାଡ଼ ମେମ୍ବର । କଥା ହେଉଛି ଅଭିଯୋଗ ଆଧାରରେ ଆମେ ପ୍ରକାଶ କରିଥିବା ଗାଁ କଲ୍ୟାଣ ଟଙ୍କା ଆତ୍ମସାତ୍ ର ପୂର୍ବ ଖବର ପଛରେ ଯଦି ସତ୍ୟତା ନାହିଁ ତାହାଲେ କାହିଁକି ଗାଁ ମହିଳା ସଂଘଙ୍କୁ ସାମ୍ନା କରିପାରିଲେନି ଗାଁ କଲ୍ୟାଣ ସମିତି କିମ୍ବା ସରପଞ୍ଚ ମାଡାମ । ଏଠି ପ୍ରଶ୍ନ ଉଠୁଛି ଯେ ଯଦି ଟଙ୍କା ଆତ୍ମସାତ୍ ହୋଇନାହିଁ ତେବେ ତଦନ୍ତକୁ ସାମ୍ନା କରିବାରେ ଏତେ ଭୟ କାହିଁକି ? ନା ଭିତିରି ଆଉ କିଛି ସଲାସୁତରା ରହିଛି,ଯଦି ନା ତାହାଲେ ଅଭିଯୋଗକୁ ଖଣ୍ଡନ କରିବାରେ ଅସୁବିଧା କେଉଁଠି ? ତେବେ ଆଗକୁ ମହିଳା ସଂଘ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *