ସୋର କଂଗ୍ରେସକୁ ସମ୍ଭାଳି ପାରୁନାହାନ୍ତି ଡଲି; ଶଙ୍ଖ ଧରିଲେ ଛାତ୍ର ନେତା

ସୋର: ସୋରରେ ବହୁଦୀନର କଂଗ୍ରେସର ରାଜୁତିର ଧିରେ ଧିରେ ଅବସାନ ଘଟୁଛି । ଗତ ବିଧାନ ସଭା ନିର୍ବାଚନ ପରେ ସୋର କଂଗ୍ରେସ ଅଧିକରୁ ଅଧିକ ଦୁର୍ବଳ ହୋଇପଡିଥିବା ସମୟରେ ବାରମ୍ବାର  କଂଗ୍ରସର ପୁରୁଖା କର୍ମୀ ଓ ନେତାଙ୍କ ବିଜେଡିରେ ଯୋଗଦାନ ଏବଂ ଆଜିର ଯୁବ ଛାତ୍ର ନେତୃତ୍ବ ଯୋଗଦାନ କଂଗ୍ରେସକୁ ଧରାଶାୟୀ କରିବା ସାମ୍ନାକୁ ଆସୁଛି । ତେବେ କର୍ତ୍ତୀକ ମହାପାତ୍ରଙ୍କ ବିୟୋଗ ପରେ ତାଙ୍କ ଝିଅ ଅତସୀ ମହାପତ୍ର (ଡଲି) ସୋର କଂଗ୍ରସର ଗଡକୁ ସମ୍ଭାଳିବାର  ଯାହା ଆଶା କରାଯାଉଥିଲା ତାହା ଧିରେ ଧିରେ କ୍ଷୁର୍ଣ୍ଣ ହେବାରେ ଲାଗିଛି । ବାରାମ୍ବାର କଂଗ୍ରେସର ଯୁବ ନେତୃତ୍ବ ହେଉ କିମ୍ବା ଛାତ୍ର ନେତୃତ୍ବ  ଛାଡିବା ଡଲି ମାହାପାତ୍ରଙ୍କ ରାଜନୈତିକ ଅପରିପକ୍ବତା ପ୍ରକାଶ କରୁଛି । ତେବେ  ଆଜି ଶତାଧିକ ଛାତ୍ର କଂଗ୍ରସର ନେତା ଓ କର୍ମୀ ମାନେ ସୋର ବିଧ୍ୟାୟକଙ୍କ ବାସଭବନ ଠାରେ ସୋର ବିଧ୍ୟାୟକ ପର୍ଶୁରାମ ଧଡା ଏବଂ ରାଜ୍ୟ ଯୁବ ଜନତା ସାଧାରଣ ସମ୍ପାଦକ ଜୟ ରାମ ଦାସଙ୍କ ନେତୃତ୍ବରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *