ବିଜେପି ନେତାଙ୍କ ଅଭଦ୍ରାମି ତାଲିକାରେ ସୁକାନ୍ତଙ୍କ ନାଁ ଯୋଡିଲା : ବନ୍ଧାହେବା ରହିଲା ବାକି

ବାଲେଶ୍ୱର : ନେତାଙ୍କ ଅଭଦ୍ରାମି ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ବିଭିନ୍ନ ସମୟରେ ନେତାଙ୍କ ଆକ୍ରୋଶରେ ଶ୍ୱୀକାର ହେଉଛନ୍ତି ନିରିହ ଅଧିକାରୀ ମାନେ ଯାହାର ଏକ ଜ୍ୱଳନ୍ତ ଉଦାହରଣ ନୀଳଗିରିରେ ଦେଖିବାକୁ ମିଳିଛି । ତେବେ ନୀଳଗିରି ତହସିଲଦାରଙ୍କୁ ଦୁରବ୍ୟବହାର କରି ବିଧାୟକ ଧାରଣାରେ ବସିବା ପୁଣି ଥାନାରେ ଅଭିଯୋଗ କରିବା ଚୋରି ପରେ ସେନା ଚୋରି ଭଳି ।

 ଉଭୟ ନୀଳଗିରିଥାନାରେ ପୃଥକ ପୃଥକ ଅଭିଯୋଗ କରିଥିବା ବେଳେ ଦୁଇଟି ମାମଲା ରୁଜୁହୋଇଥିବା ଜଣା ପଡିଛି । ତହସିଲଦାରଙ୍କ ଅଭିଯୋଗ ମୁଳେ ୨୪୨ନମ୍ବରର ଏକ ମାମଲା ହୋଇଥିବା ବେଳେ ସେଥିରେ ୨୯୪,୩୪୧,୩୫୩,୫୦୬,୩୫ / ୩/ଏସି.ଏସଟି ସ୍ପେସାଲ ଆକ୍ଟ ଭଳି ସଙ୍ଗିନ ଦଫା ରହିଛି । ସେହିପରି ବିଧାୟକଙ୍କ ଅଭିଯୋଗରେ ୨୪୩ ନମ୍ବରର ଏକ ମାମଲା ରୁଜୁ ହୋଇଥିବା ବେଳେ ୨୯୪,୫୦୬ ଦୁଇଟି ଦଫା ଲାଗିଛି । ଅନ୍ୟପଟେ ଏହି ଦୁଇ ଗୋଟି ମାମଲା ସ୍ପଷ୍ଟ କରୁଛିକି ବିଧାୟକ ସର୍ବପ୍ରଥମେ ତହସିଲଭିତରକୁ ଯାଇ ତହସିଲଦାରଙ୍କୁ ଦୁରବ୍ୟବହାର କରିଛନ୍ତି ଯାହା ଦଫା ୨୯୪,୩୪୧,୩୫୩ ସ୍ପଷ୍ଟ କଲା ସେହିପରି ୫୦୬ ସ୍ପଷ୍ଟ କରୁଛିକି ବିଧାୟକ ଅପରାଧିକ ଉଦେଶ୍ୟ ରଖି ତହସିଲଦାରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ବା ମାରିବାକୁ ଉଦ୍ୟତ ହେବା , ୩/ଏସି.ଏସଟି ସ୍ପେସାଲ ଆକ୍ଟ ମଧ୍ୟ ଲାଗିଛି ଯାହା ସ୍ପଷ୍ଟ କରୁଛିକି ବିଧାୟକ ତହସିଲଦାରଙ୍କ ଯାତି ଉଠାଇ ତାଙ୍କୁ ଅପମାନିତ କରିବା  ଏହା ଜଣେ ବିଧାୟକଙ୍କ କେଉଁ ପ୍ରକାର ଭଦ୍ରାମି ? ଜଦି ତହସିଲଦାର ଭୁଲ କରୁଥିଲେ ତାହା ପାଇଁ ଉପଜିଲ୍ଲାପାଳ ଅଛନ୍ତି , ଜିଲ୍ଲାପାଳ ଅଛନ୍ତି କିଛି ନହେଲେ କୋର୍ଟଅଛି, ବିଧାୟକ ମହାଶୟଙ୍କୁ ଦାଦାଗିରି କରିବାକୁ କିଏ କହିଲା ? ଇଏ କଣ ଗୁଣ୍ଡା ? ତେବେ ଗତକିଛି ମାସ ତଳେ ଉଠୁ ବସ କରାଇ ଜଦି ପାଟଣା ଗଡ ବିଧାୟକ ଗିରଫ ହେଲେ ଇଏ କାହିଁକି ହେବେନି? କୁଆଡେ ଗଲା ଓ.ଏସ.ସଂଘ ଜଣେ ମହିଳାଙ୍କୁ ଦିନଦ୍ୱୀପ୍ରହରେ ଅଭଦ୍ରାମି କରାଜିବା ପରେ ଓ.ଏସ ସଂଘ ଆଉ କି ନାଟକ ଦେଖିବାକୁ ବାକିଅଛି ? କୁଆଡେ ଗଲେ ଏସି .ଏସ୍ଟିଙ୍କ ସୁରକ୍ଷା ନେଇ କାର୍ଯ୍ୟକରୁଥିବା ସଂଗଠନ ? କାଇଁ ଗୋଟେ ଦିନ ବିତିଲା କେହିତ ବାହାରୁ ନାହାନ୍ତି । ବିଧାୟକଙ୍କୁ କାହିଁକି ଗିରଫ କରାଯାଉନି ? ଅବଶ୍ୟ ସେ ଗୋଟେ ମାମଲା କରିଛନ୍ତି ଜେଉଁଥିରେ ୨୯୪,୫୦୬ଅଛି ମାନେ ତହସିଲଦାର ବିଧାୟକଙ୍କୁ ଖରାପ ଭାଷାରେ ଗାଳି ଦେଇ ଜୀବନରୁ ମାରିଦେବାକୁ ଧମକ ଦେଲେ । ଏଭଳି ଅଭିଯୋଗ କରି ନିଜକୁ ସୁରକ୍ଷା ଦେବାକୁ ବିଧାୟକ ଚାହୁଁଛନ୍ତି ଯାହା ସ୍ପଷ୍ଟ ବାରି ହେଉଛି । ୩/ଏସି.ଏସଟି ସ୍ପେସାଲ ଆକ୍ଟ ଏକ ନନବେଲେବୁଲ ଅଫେନ୍ସ ଏଇଦଫାରେ ସାଧାରଣ ଲୋକଙ୍କୁ ପୋଲିସ ଗିରଫ କରିବା ଦେଖିବାକୁ ମିଳେ ତେବେ କାହିଁକି ବିଧାୟକ ଗିରଫ ହେବେନି ସେ କଣ ଭାରତବର୍ଷର ସମ୍ବିଧାନ ଉପରେ ? କିନ୍ତୁ ଗୋଟେ କଥା ସ୍ପଷ୍ଟହେଲା ବିଜେପିର କିଛି ନେତା କିଛିଦିନ ଧରି ଅଭଦ୍ରାମି କରି ଜେମିତି ଚର୍ଚାରେ ଅଛନ୍ତି ସେ ତାଲିକାରେ ଯୋଡିଗଲେ ନୀଳଗିରିବିଧାୟକ ସୁକାନ୍ତ ନାୟକ । ଜଦିବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହୁଏ ତାହାଲେ ସାଧାରଣ ଲୋକ ବୁଝିବେ ଜିଏ ଯାହାକୁ ମାରିବ କାଉଣ୍ଟର ଅଭିଯୋଗ କରିବ ତାପରେ ଖୁଲମ ଖୁଲା ବୁଲିବ ? ଏହାକଣ ଗୋଟେ ସୁସ୍ଥ ପରମ୍ପରା ଏଠି କଣ ଏଇଆ ବୁଝିବାକୁ ହେବ ଆଇନ ଆଉ ବ୍ୟବସ୍ଥା କେବଳ ସାଧାରଣ ଲୋକଙ୍କ ପାଇଁ , ଗରିବ ମାଇପ କଣ ସମସ୍ତଙ୍କ ଡ୍ୟାସ ।

Leave a Reply

Your email address will not be published. Required fields are marked *