ବାତ୍ୟା ବୁଲବୁଲ ପ୍ରଭାବରେ ଉତ୍ତର ଓଡିଶାର ଧାନ ଚାଷ ବ୍ୟାପକ କ୍ଷୟକ୍ଷତି

ସୋର:ସାମୁଦ୍ରିକ ଝଡ ବୁଲବୁଲ ପ୍ରଭାବରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି। ମାତ୍ରାଧିକ ପବନ ବହିବା ସହିତ ଲଗାଣ ବର୍ଷାରେ ଏକର ଏକର ଚାଷ ଜମି ନଷ୍ଟ ହୋଇଛି। ବିଶେଷ କରି ବାଲେଶ୍ବର ଜିଲ୍ଲାର ସୋର, ବାହାନଗା,ସିମୁଳିଆ,ଖଇରା, ଔପଦା,ବସ୍ତା, ଜଳେଶ୍ବର ସମେତ ଭଦ୍ରକର ବାସୁଦେବପୁର, ଧାମରା, ଚୁଡାମଣି ବ୍ଲକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ଚାଷ ଜମିରେ ଧାନ ଗଛ ସବୁ ପାଣିରେ ପଡିଯାଇ ଧାନ ସବୁ ଗଜା ହୋଇ ହୋଇଜାଇ ଥିବା ରୁ ଚାଷୀ ମାନେ କିପରି ରୂଣ ସୁଝିବେ ବୁଲି ଚାଷୀ ମାନେ ଚିନ୍ତାରେ ।ବର୍ଷ ଜାକର କଷ୍ଟ ଯେପରି ପାଣିରେ ମିଶି ଯାଇଛି ।କେତେବେଳେ ଜଳ ସମସ୍ଯା ଦୁରକରିବା ପାଇଁ କୃଷୀ ବିଭାଗ ଡିପ୍ ଟିଓଲ ପ୍ରଦାନ କରୁ ନଥିବାର ଅଭିଯୋଗ ତ ପୁଣି କେତେବେଳେ ଚକଡା ପୋକ ର ଭୟ ପୁଣି ବାତ୍ୟାର ର ତାଣ୍ତବ ରେ ଚାଷୀ କୁଳ ଯେପରି ଅସ୍ତବ୍ଯସ୍ତ ହୋଇଯାଇଛି ।ହୋଇଥିବା କ୍ଷୟ କ୍ଷତି ପାଇଁ ସରକାର ସହାୟତା ପ୍ରଦାନ କରନ୍ତୁ ବୋଲି ଚାଷୀ ମାନେ ଦାବି କରିଛନ୍ତି ।ହଜାର ହଜାର ଟକାଂ ଋଣ କରିଥିବାରୁ କିପରି ଋଣ ସୁଝିବେ ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *