ଯୁଵ ଓକିଲ ନେପୋଲିୟନ ସାହାଣୀଙ୍କ ଵିୟୋଗରେ ଵାଲେଶ୍ଵର ପଥ ବିକ୍ରେତା ସଂଘ ପକ୍ଷରୁ ଶୋକ ସଭା

ବାଲେଶ୍ବର : ଅତ୍ଯନ୍ତ ମିଷ୍ଟଭାଷୀ, ଓଡିଶା ଉଚ୍ଚ ନ୍ଯାୟାଳୟର ସଫଳ ଯୁଵ ଆଇଜୀଵି ନେପୋଲିୟନ ସାହାଣୀଙ୍କର ଅକାଳ ଵିୟୋଗରେ ଵାଲେଶ୍ଵର ପଥ ଵିକ୍ରେତା ସଂଘର ସଦସ୍ଯମାନଙ୍କ ଭିତରେ ଶୋକର ଜଛାୟା ଖେଳିଯାଇଛି। ଆଜି ଵାଲେଶ୍ଵର ପଥ ଵିକ୍ରେତା ସଂଘର ଉପ ସଭାପତି ଆଵିଦ ଖାନ୍ ଙ୍କ ଅଧ୍ଯକ୍ଷତାରେ ସିନେମା ଛକଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଏଆଇଟିୟୁସିର ରାଜ୍ଯ ସମ୍ପାଦକ ତଥା ଓଡିଶା ପଥ ଵିକ୍ରେତା ସଂଘର ସଂଘର ରାଜ୍ଯ ସଭାପତି ଜୟନ୍ତ ଦାସ, ଆଡଭୋକେଟ ଅଵଦୁଲ ରଫିକ୍, ସଂଘ ସମ୍ପାଦକ ମୋହିନୀ ମୋହନ ପରିଡା, ଟିଭିସି ସଦସ୍ଯ ଟିପିରୀ ସିଂହ, ଅଭିରାମ ଵାରିକ,ସୁଧାଂଶୁ ଶାହା, ମନୋଜ ରାଠୋର, ପୁର୍ଣ୍ଣ ଦାସ, ପ୍ରଭାସ ସିଂହ ପ୍ରମୁଖ ସ୍ଵର୍ଗତ ନେପୋଲିୟନ ସାହାଣୀଙ୍କ ଛାତ୍ର ଜୀଵନରୁ ଲଢୁଆ ଭୂମିକା, ଓକିଲାତିରେ ଅଵହେଳିତ ପଥ ଵିକ୍ରେତାଙ୍କ ପ୍ରତି ସମ୍ଵେଦନଶୀଳତାର ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଭା ଆରମ୍ଭରେ ତାଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ କରି ନୀରଵ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

Leave a Reply

Your email address will not be published. Required fields are marked *