ଡାକ୍ତର ଦିଅ ନହେଲେ ଡାକ୍ତରଖାନା ବନ୍ଦ : ମୋ ସରକାର ସୋରରେ ଫେଲ

ସୋର : ରୋଗି ଭଲ କରୁଥିବା ଡାକ୍ତରଖାନାକୁ ରୋଗ ହୋଇଛି, ରୋଗ ଭଲ କରାଜିବା ପାଇଁ ଚେଷ୍ଟା । ଏକଥା ସମସ୍ତଙ୍କୁ ଅଡୁଆ ଲାଗୁଥାଇ ପାରେ କିନ୍ତୁ ଏହା ସତ ବୋଲି କହିଛନ୍ତି ସୋର ଭାରତୀୟ ଜନତା ପାର୍ଟିର ଯୁବନେତା ମାଧବ ଧଡା । ତାଙ୍କ ଅଭିଯୋଗ ମୁଳେ ସୋର ଡାକ୍ତରଖାନାରେ ପୂର୍ବରୁ ଶତାଧିକ ଲୋକ ବିଭିନ୍ନ ବ୍ଲକରୁ ଆଶି ସେବା ପାଇ ପାରୁଥିଲେ କିନ୍ତୁ ଗତ କିଛିବର୍ଷ ହେବ ଏମିତି ଅଲକ୍ଷଣାଙ୍କ ହାତ ଲାଗିଲାଜେ ସୋର ଡାକ୍ତରଖାନା ସମ୍ପୂର୍ଣ୍ଣରୁପେ ବେସାହାରା ହୋଇପଡିଛି । ଏମିତିକି ଆଜି ଫାର୍ମାସିଷ୍ଟ ଡାକ୍ତରସାଜି ରୋଗି ଦେଖୁଛନ୍ତି । ସେ ସିଧାସଳଖ ସରକାରଙ୍କ ଉପରକୁ ଆଙ୍ଗୁଳି ଉଠାଇ କହିଛନ୍ତି ଜେଉଁଠି ମୋ ସରକାର ଡାକରା ଚାଲିଛି ସେଠି ସରକାରଜେ ସାଧାରଣ ଲୋକଙ୍କର ନୁହନ୍ତି ତାହାର ବଡ ଉଦାହରଣ ସୋରଡାକ୍ତରଖାନା । ତେବେ ଏଠିତୁରନ୍ତ ୧୨ଜଣ ଡାକ୍ତର ନିଜୁକ୍ତି ନକରାଗଲେ ଆନ୍ଦୋଳନ ତିବ୍ର ହେବ । ଖାଲି ସେତିକି ନୁହଁ ଦରକାର ପଡିଲେ ରାଜରାସ୍ତାକୁ ଭାଜପା ଉହ୍ଲାଇବୁ ବୋଲି ଧମକ ଦେଇଛନ୍ତି ମାଧବ ଧଡା । ତେବେ ସୋର ଡାକ୍ତରଖାନାରେ ଏ ନେଇ ହୋଇଥିବା ଏକ ପ୍ରତିକ ଧାରଣାରେ ମୁନା ମହାପାତ୍ର, ଭଜ ପୃଷ୍ଟି, ଗଣେଷ ଦାସ, ମୃତ୍ୟୁଞ୍ଜୟ ଜେନା, ବିପ୍ଳବ ପଲେଇ, ବାବୁ ମହାନ୍ତି, ହେମନ୍ତ ସେଠୀ,ପୂଜା ତରାଇ ପ୍ରମୁଖଙ୍କ ସହ ବହୁବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *