ବିଜେଡିର ୯ ବିଧାନ ସଭା ଆସନ ଘୋଷଣା

ଭୁବନେଶ୍ୱର: ପୁଣି 9 ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ଆସନ୍ତା ନିର୍ବାଚନ ପାଇଁ ଟାଣୁଆ ନେତାଙ୍କୁ ଟକ୍କର ଦେବାକୁ ଭାବିଚିନ୍ତି ପ୍ରାର୍ଥୀ ଚୟନ କରୁଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବେଲେଶ୍ବର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳିରୁ ସନ୍ତୋଶ ଖଟୁଆକୁ ପ୍ରାର୍ଥି କରିଛି ବିଜେଡି ଯାହାକୁ ନେଇ ନୀଳଗିରିର ବିଜେଡି କର୍ମିଙ୍କ ମନରେ ଖୁସିଦେଖିବାକୁ ମିଳିଥିବା ବେଳେ ନୀଳଗିରି ନିର୍ଜାତନା ମୁକ୍ତ ହୋଇଥିବା କହିଛନ୍ତି କିଛି କର୍ମି ା ସେହିପରି  ବହୁ ବିବାଦୀୟରେ ଛନ୍ଦି ହୋଇଥିବା ନେତା ପ୍ରଦୀପ ମହାରଥୀଙ୍କୁ ଏଥର ଟିକଟ ମିଳିବନି ବୋଲି ଚର୍ଚ୍ଚା ହେଉଥିବା ବେଳେ କିନ୍ତୁ ନବୀନ ପୁଣି ଥରେ ମହାରଥୀଙ୍କ ଉପରେ ଆସ୍ଥା ଜମାଇଛନ୍ତି । ମହାରଥୀଙ୍କ ସବୁ ବିବାଦ ତଥା ବେପରୁଆ ବୟାନକୁ ଭୁଲି ପିପିଲିରୁ ବିଜେଡି ତାଙ୍କୁ ଟିକଟ ଦେଇଛି । ଅନ୍ୟପଟେ ବିଜେଡିରୁ ବହିଷ୍କୃତ ହେଭି ଓ୍ୱେଟ୍ ନେତା ଦାମ ବାବୁଙ୍କୁ ଟକ୍କର ଦେବାକୁ ବାଲିକୁଦା ଏରସମାରୁ ବିଜେଡି ରଘୁନନ୍ଦନ ଦାସଙ୍କୁ ଚୟନ କରିଛି ା

ବାଲିକୁଦା ଏରସମା- ରଘୁନନ୍ଦନ ଦାସ

ନିଆଳି- ପ୍ରମୋଦ ମଲ୍ଲିକ

ପିପିଲି- ପ୍ରଦୀପ ମହାରଥୀ

ଆନନ୍ଦପୁର- ଭାଗିରଥୀ ସେଠୀ

ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି

ନିମାପଡା- ସମୀର ଦାଶ

ନିଳଗିରୀ- ସନ୍ତୋଷ ଖଟୁଆ

ଧାମନଗର- ରାଜେନ୍ଦ୍ର କୁମାର ଦାସ

କାକଟପୁର- ସୁରେନ୍ଦ୍ର ସେଠୀ

Leave a Reply

Your email address will not be published. Required fields are marked *