ବିଜେଡି ପୂର୍ବତନ ମନ୍ତ୍ରୀଙ୍କ ଦୁର୍ଦାନ୍ତ ପୁତୁରା ପୁଣି ଗିରଫ

ଜଳେଶ୍ୱର ( ସଂଜୟ ଦାସ ) ଶାସକ ବିଜେଡି ଦଳର ପୂର୍ବତନ ମନ୍ତ୍ରୀ ତଥା ଆଜିର ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଦୁର୍ଦାନ୍ତ ପୁତୁରା ଜାଗା ଗିରଫ । ସୂଚନାରୁ ଜଣାପଡିଛି ଯେ ଜାଗା ଦାସ (୨୯) ନାମରେ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର, ଭୋଗରାଇ , ଓ ପୋଡ଼ଶୀ ରାଜ୍ୟ ଗୋଆ ଭଳି ୭ରୁ ଅଧିକ  ସ୍ମାଥାନରେ ମାମଲା ରହିଛି । ତେବେ ବିଭିନ୍ନ ଅପରାଧ ଜନିତ ମାମଲା ଜଡ଼ିତ ରହି ନିଜର ରାହାଯାନୀ ଚଳାଇଆସୁଥିଲା ଜଗା । ଆମ ଖବର ଲେଖିବା ଯାଏଁ ଜାଗା ନିଜ ଅଞ୍ଚଳ ଭୋଗରାଇ ଓ ଜଳେଶ୍ୱର ଥାନା ଏରିୟାରେ ବହୁ ବଡ଼ ବଡ଼ ଡକାୟତି, ମର୍ଡର ଭଳି ସଙ୍ଗୀନ ଅପରାଧରେ ସମ୍ପ୍ରୁକ୍ତିଥିବା ସୂଚନା ମିଳିଛି । ଜାଗା ୨୦୧୯ ମସିହାରେ ଭୋଗରାଇ ଥାନା ବାରମାଇଲ ଅଂଚଳରୁ ଏକ ଗହଣା ଦୋକାନରୁ ଡକାୟତି କରିବାର କିଛିଦିନ ପରେ ସେହି ଥାନା ନହରା ଅଞ୍ଚଳରୁ ଏକ ମେଡ଼ିସିନ ଦୋକାନ ମାଲିକକୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କା ଲୁଟ କରିଥିବା ମାମଲା ଏବଂ ଜଳେଶ୍ବର ଥାନା ଅଂଚଳରେ ବିଭିନ୍ନ ଅପରାଧ କାର୍ଯ୍ୟରେ ଲିପ୍ତ ରହି ଥାନା କେସ ନଂ ୨୯/୧୯ ମୂଳେ ପୋଲିସ ଦ୍ବାରା ଗିରଫ ହୋଇ ଜେଲ ଯାଇଥିଲା । ପୁଣି ଠିକ ବର୍ଷକ ପରେ ଜଳେଶ୍ୱର ଥାନା ନାମ୍ପ ଫାଣ୍ଡି ସୁଗୋ ଗ୍ରାମର ବୁଦ୍ଧେଶ୍ୱର ଜେନା (୪୫)ଙ୍କୁ କୌଣସି ଏକ କାରଣରୁ ଗତ ତା ୦୯/୧୨/୨୦୧୯ରିଖରେ ଭୁଜାଳିରେ ଆକ୍ରମଣ କରି ବୁଦ୍ଧେଶ୍ୱର ଙ୍କ ହାତର ପାପୁଲି ହାଣୀ ଫେରାର ଥିଲା । ତେବେ ଅପରାଧୀ ଜାଗା ଗତକାଲି ତା ୧୯/୦୧/୨୦୨୦ ରିଖ ରାତିରେ ଭୋଗରାଇ ଥାନାଛକ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଜଗା ଓ ତାର ୩ ସହଯୋଗୀ ମିଶି ୪ଟି ବାଇକରେ ୨ହଜାର ଟଙ୍କାର ପେଟ୍ରୋଲ ପକାଇବା ପରେ ଟଙ୍କା ନଦେବା ପାଇଁ ପେଟ୍ରୋଲ ପମ୍ପରେ ନିଜ ଦାଦାଗିରିର ପରିଚୟ ଦେଖାଇଥିଲେ । ଜଗାର ଏଭଳି ଦାଦାଗିରି ଖବର ଭୋଗରାଇ ପୋଲିସ ଜାଣିପାରି ଜଗାକୁ କାବୁକରିବା ପରେ ଜଳେଶ୍ୱର ପୋଲିସ ଗିରଫ କରିଛି କୋର୍ଟ ଚାଲାଣ କରିଛି । ତେବେ ସବୁଠାରୁ ବଡ଼ ପ୍ରଶ୍ନ ଯେ ଶାସକ ବିଜେଡି ଦଳର ପୂର୍ବତନ ମନ୍ତ୍ରୀ ତଥା ଆଜିର ଜଣେ ବରିଷ୍ଠ ବିଧାୟକଙ୍କ ଅପରାଧୀ ପୁତୁରାର ଏଭଳି ଚର୍ଚ୍ଚିତ କୀର୍ତି କାରନାମା ବିଧାୟକଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଛି ା

Leave a Reply

Your email address will not be published. Required fields are marked *