ବିକ୍ରି ହୋଇଯିବ ଭାରତ ମାତା

ସତିଶ ମିଶ୍ର : ଏମାନଙ୍କ ଡି ଏନ ଏ ରେ ବେମାର ଅଛି । ୨୦୦୩ ମସିହାରେ ଅଟଳ ବିହାରୀଙ୍କ ବେଳୁ ମହାରତ୍ନ କମ୍ପାନୀ ଭାରତ ପେଟ୍ରୋଲିୟମ ବିକିବାକୁ ଲାଗିଲେଣି।ସେତେବେଳର ନିୟମ ଅନୁସାରେ ଏ ଉଦ୍ୟମ ସଫଳ କରିବାକୁ ହେଲେ ସଂସଦର ଅନୁମୋଦନ ଦରକାର ଥିଲା।ସୁପ୍ରିମ କୋର୍ଟଙ୍କ ଛାଟରେ ତୁନି ପଡିଥିଲା ସେ ବେଳର ସରକାର। ତେଣୁ ୨୦୧୬(Repelling & Amending Act 2016) ମସିହାରେ ଆଇନରେ ମୋଦି ସରକାର ଆଗ ସଂଶୋଧନ ଆଣିଲେ।କୁହା ଗଲା ପୁରୁଣା କାଳିଆ ଆଇନ ଗୁଡା ବିକାଶର ବାଧକ;ଏଣିକି ହୋଗା ବିକାଶ-ରଖୋ ବିଶ୍ୱାସ।

ତହୁଁ ସହଜ ହେଇ ଗଲା ଲାଭ ଜନକ କମ୍ପାନୀ BPCL ବିକ୍ରିର ରାସ୍ତା। ପ୍ରକାଶ ଥାଉକି BPCL ହାତରେ ରହିଛି ୧୫,୦୭୮ଟି ପେଟ୍ରୋଲ ପମ୍ପ,୬୦୦୦୪ ଗ୍ୟାସ ଆଉଟ ଲେଟ । ୪ ଗୋଟି ବିଶାଳ ତେଲ ବିଶୋଧନ ରିଫାଇନାରୀ।

●BPCLକମ୍ପାନୀ ୨୦୧୪-୧୫ରୁ ଦେଉ ଥିବା ଲାଭାଂଶ
୫୦୮୪,୫୧ କୋଟି
୭,୪୩୧.୮୮ କୋଟି
୮,୦୩୯.୩୦ କୋଟି
୭,୯୭୬.୩୦ କୋଟି
୭,୧୩୨.୦୨ କୋଟି
ଏବେ ମୋଦି ସରକାର ଏହାର ୫୩%ଅଂଶଧନକୁ ୬୮ ହଜାର କୋଟିରେ କୌଣସି ଏକ ଘରୋଇ କମ୍ପାନୀକୁ ବିକିଦେବେ।

ଜନ୍ମ ଦିନରେ ନିଜ ମାଙ୍କ ହାତ ପରସା ଖାଇବା,ଭାରତ ମାତା ନାଁ ଶୁଣିଲେ ଲୁହ ଗଡେଇ କ୍ୟାମେରା ଆଗରେ ଭାବପ୍ରବଣ ହେବାରେ ମୋଦିଜି ଚାର୍ଲି ଚ୍ୟାପ୍ଲିନଙ୍କ କାନ କାଟିଦେବେ।
କିନ୍ତୁ ଭାରତ ମାତାକୁ ବିକ୍ରି କରିବାରେ ଏ ସରକାର ସାମାନ୍ୟ ସୁଯୋଗ ହାତ ଛଡା କରିବେନି-ବୋଧେ ଏହାହିଁ ଦେଶ ଭକ୍ତି!

Leave a Reply

Your email address will not be published. Required fields are marked *