ନବ ନିର୍ମାଣ କୃଷକ ସଂଗଠନ ୧୨ ଘଣ୍ଟିଆ ବନ୍ଦ ପାଳନ : ଚାଷୀଙ୍କୁ ଉଠାଇ ନେଉଛି ପୁଲିସ୍‌

ଭୁବନେଶ୍ୱର: ‘ଗଣତନ୍ତ୍ର ବଞ୍ଚାଅ- ଚାଷୀ ବଞ୍ଚାଅ’ ଆହ୍ୱାନରେ ନବ ନିର୍ମାଣ କୃଷକ ସଂଗଠନ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି। ସଂଗଠନର କର୍ମକର୍ତ୍ତା ରାଜ୍ୟର ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିବା ସହ ଦୋକାନ ବଜାର ବନ୍ଦ କରୁଛନ୍ତି।

ତେବେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଆନ୍ଦୋଲନରତ ଚାଷୀଙ୍କୁ ଉଠାଇ ନେଉଥିବା ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱରର ପଟିଆ-ନନ୍ଦନକାନନ ରାସ୍ତାରେ ବନ୍ଦ ବେଳେ ୧୦ ଜଣ ଆନ୍ଦୋଳନକାରୀଙ୍କୁ ପୁଲିସ୍‌ ଉଠାଇ ନେଇଛି।

ସେହିପରି ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥକୁ ଚାଷୀ ଅବରୋଧ କରିଥିଲେ। ସେଠାରେ ପୁଲିସ୍‌ ୨୦ରୁ ଊର୍ଦ୍ଧ୍ୱ ଆନ୍ଦୋଲନକାରୀଙ୍କୁ ଉଠାଇ ନେଇ ଅଟକ ରଖିଛି।

ଜଗତସିଂହପୁରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ବସ୍‌ଷ୍ଟାଣ୍ଡ ନିକଟରେ ବନ୍ଦ ପାଳନ ବେଳେ ୩୦ରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କୁ ପୁଲିସ୍‌ ଉଠାଇ ନେଇଛି।

Leave a Reply

Your email address will not be published. Required fields are marked *