ଜଳେଶ୍ୱର : ( ସଂଜୟ ଦାସ ) ସାଧାରଣ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ଶେଷ ହେବାର ମାତ୍ର ୨୨ ଘଣ୍ଟା ପୂର୍ବରୁ ପ୍ରାର୍ଥୀ ପରିବର୍ତ୍ତନ କଲା ବିଜେପି ।
ବାଲେଶ୍ବର ଜିଲ୍ଲାର ଲୋକସଭା ଓ ୮ଟି ବିଧାନସଭାର ପ୍ରାର୍ଥୀ ବିଜେପି ଘୋଷଣା ଗୋଟାଏ ସପ୍ତାହ ପୂର୍ବରୁ ସାରିଥିବା ବେଳେ ଆଜି ସୁଦ୍ଧା ୭ଟି ବିଧାନସଭା ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ସରିଛି । ମାତ୍ର ନାମାଙ୍କନ ପତ୍ର ଦାଖଲର ଶେଷ ସମୟ ସୀମାର ମାତ୍ର ୨୨ ଘଣ୍ଟା ପୂର୍ବରୁ ଭୋଗରାଇ ବିଧାନସଭା ପ୍ରାର୍ଥୀ ପାଇଁ ବିଜେପି ପ୍ରଥମେ ମାନସ ମହାନ୍ତିଙ୍କୁ ବିଧାୟକ ପ୍ରାର୍ଥୀ ନାମ ଘୋଷଣା କରିଥିଲେ । ତେବେ ଆଜି ସନ୍ଧ୍ୟାରେ ମାନସ ମହାନ୍ତି ଙ୍କ ପରିବର୍ତେ ଭୋଗରାଇରେ ପୁଣି ନୂଆ ମୁହଁଭାବେ ଯୁବନେତା ଅଂଶୁମାନ ମହାନ୍ତିଙ୍କୁ ବିଜେପ ସେଠାରେ ପ୍ରାର୍ଥୀ କରାଇଛି । ଅଂଶୁମାନ ମହାନ୍ତି ଆସନ୍ତା କାଲି ଅର୍ଥାତ ପ୍ରାର୍ଥୀ ନାମାଙ୍କନ ଶେଷ ଦିନରେ ପ୍ରାର୍ଥୀ ପତ୍ର ଦାଖଲ କରିବେ । ତେବେ ଏହି ଛକାପଞ୍ଝା ଖେଳ ଭିତରେ ଆଗକୁ ଭୋଟରଙ୍କ ମୁଡ କେଉଁଆଡକୁ ଗତିକରିବ ତାହା ଦେଖିବାକୁ ବାକି ରହିଲା ।
