ସୋର : ହସି ହସି ମାତୃଭୂମି ପାଇଁ ଶୂଳିରେ ଚଢିଥିବା ଦେଶଭକ୍ତ ସହିଦ୍ ଭଗତ ସିଂହଙ୍କ ୧୧୨ତମ ଜନ୍ମ ଜୟନ୍ତୀ ସୋର ରାଧାନାଥ ଛକରେ ହିୟୁମାନିଟି ଶୋସାଇଟର କର୍ମକର୍ତ୍ତାଙ୍କ ଦ୍ବାରା ପାଳିତ ହୋଇଯାଇଛି । ଏହିଅବସରରେ ଭଗତ ସିଂ ଙ୍କ ସମ୍ପର୍କରେ ବକ୍ତବ୍ୟରଖି ସଂଗଠନର କର୍ମକର୍ତ୍ତା କହିଛନ୍ତି ନିଜ ସାହସୀ ଚିନ୍ତାଧାରା, ମାତୃଭୂମି ପାଇଁ ବଳିଦାନ ଦେବାର ବିଚାରଧାରା ଏବଂ ନିଡର ବ୍ୟକ୍ତିତ୍ୱ ପାଇଁ ସହିଦ୍ ଭଗତ ସିଂହ ଆଜିବି ଯୁବସମାଜର ହୃଦୟରେ ଜ୍ୱାଳାମୁଖୀ ଭଳି ଜଳୁଛନ୍ତିି ।ସହିଦ୍ ଭଗତ ସିଂହ ଜନ୍ମ ପଞ୍ଜାବ ଲାୟପୁର ଜିଲ୍ଲ୍ାର ବଙ୍ଗାଠାରେ ୧୯୦୭ ସେପ୍ଟେମ୍ବର ୨୮ ତାରିଖରେ ହୋଇଥିଲା । ବାପା କିଶନ୍ ସିଂହ ଏବଂ ମାତା ବିଦ୍ୟାବତୀଙ୍କ ଘରେ ଜନ୍ମ ନେଇଥିବା ଭଗତ୍ ସିଂହଙ୍କ ଦାଦା ଅଜିତ୍ ସିଂହ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଲାହୋରର ଡିଏବି ହାଇସ୍କୁଲରେ ତାଙ୍କ ପାଠପଢା ସମ୍ପର୍ଣ୍ଣ ହୋଇଥିଲା । ୧୯୧୯ ଏପ୍ରିଲ୍ ୧୩ ରେ ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ ପରେ ୧୨ ବର୍ଷର ଭଗତ୍ ସିଂହଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିଥିଲା । ଜାଲିଆନାୱାଲାବାଗ୍ ର ରକ୍ତ ରଞ୍ଜିତ ମାଟିରେ ଠିଆ ହୋଇ ସେ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ଲାହୋର୍ ନ୍ୟାସନାଲ୍ କଲେଜରେ ପାଠପଢା ଶେଷ କରି ସେ “ନୌଯବାନ ଭାରତ ସଭା” ସ୍ଥାପନ କରିଥିଲେ । ସୁଖଦେବ ଏବଂ ରାଜଗୁରୁଙ୍କ ସହ ମିଶି ସେ କାକୋରୀ କାଣ୍ଡ ଭିଆଇଥିଲେ । ରାଜଗୁରୁଙ୍କ ସହ ମିଶି ଭଗତ୍ ସିଂହ ୧୯୨୮ ଡିସେମ୍ବର ୧୭ ରେ ଲାହୋରରେ ଜଣେ ଇଂରେଜ ପୋଲିସ୍ ଅଫିସରଙ୍କୁ ଗୁଳି ମାରିଥିଲେ । ଯେଉଁଥିରେ ଚନ୍ଦ୍ରଶେଖର ଆଜାଦ୍ ତାଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ । ଭଗତ୍ ସିଂହଙ୍କ ‘ଇନକଲାବ୍ ଜିନ୍ଦାବାଦ୍’ ନାରା ଲୋକଙ୍କ ମନରେ ଏକ ଭିନ୍ନ ଛାପ ଛାଡିଛି ତାଙ୍କୁ ଅକ୍ଟୋବର ୭ , ୧୯୩୦ ରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଏହି କଥାରେ ଭାଙ୍ଗି ନ ପଡି ସେ ସାହାସର ସହ ଫାଶୀଦଣ୍ଡକୁ ହସି ହସି ସ୍ୱୀକାର କରିଥିଲେ । ୧୯୩୧ ମାର୍ଚ୍ଚ ୨୪ ତାରିଖରେ ତାଙ୍କୁ ଫାଶୀ ଦେବା ପାଇଁ ନିଷ୍ପତ୍ତି କରାଯାଇଥିବା ବେଳେ ଇଂରେଜ ସରକାର ନିଜ ଡର କାରଣରୁ ଏହାର ୧୧ ଘଣ୍ଟା ପୂର୍ବରୁ ହିଁ ମାର୍ଚ୍ଚ ୨୩ ,୧୯୩୧ ସମୟ ୭.୩୦ ସମୟରେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ । ଯାହାଙ୍କ ଆଦର୍ଶ ଭାରତ ବର୍ଷର ଯୁବକଙ୍କୁ ପ୍ରଭାବିତ କରିଛି ଆଜି ଦେଶକୁ ଜେତେବେଳେ ଧର୍ମ ନାମରେ ବଣ୍ଟାଯାଉଛି ମିଛ କହି ଦେଶ ବାଶିଙ୍କୁ ଭ୍ରମିତ କରାଯାଉଛି ସେତେବେଳେ ସେତେବେଳେ ଏଥିରୁ ମୁକୁଳିବା ପାଇଁ ଭକତ ସିଂ ଙ୍କ ଆଦର୍ଶ ହିଁ ଏକମାତ୍ର ରାସ୍ତା ବୋଲି ମତ ସଂଗଠନର କର୍ମକର୍ତ୍ତା ମାନେ ବକ୍ତବ୍ୟରେ କହିଥିଲେ ା
