ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଇଭିଏମ ଭିଭିପାଟ୍ କର୍ମଶାଳା

ଭଦ୍ରକ : ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ସଦଭାବନା ଗୃହରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଦ୍ବାରା ଆହୁତ ଉକ୍ତ କର୍ମଶାଳାରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବ୍ୟବହାର ହେବାକୁ ଥିବା ଇଭିଏମ ଭିଭିପାଟ ମେସିନର ବ୍ୟବହାରକୁ ନେଇ ବିସ୍ତୃତ ତଥା ଚୁଡାନ୍ତ ଆଲୋଚନା କରାଯାଇଥିଲା ।

ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଉପଜିଲ୍ଲାପାଳ ପ୍ରକଳ୍ପନିର୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅନ୍ୟାନ୍ୟ ଅଧିକାରୀ ଏବଂ ବିଭିନ୍ନ ରାଜନୈତିକଦଳ ପ୍ରତିନିଧି ତଥା ସାମ୍ବାଦିକ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ କର୍ମଶାଳାରେ ଆସନ୍ତା ସାଧାରଣ ନିର୍ବାଚନରେ ବ୍ୟବହାର ହେବାକୁ ଥିବା ଇଭିଏମ ଭିଭିପାଟ ମେସିନର କାର୍ଯ୍ୟକାରିତା ଏବଂ ସ୍ବଛ୍ଛତା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।ଉପସ୍ଥିତ ବ୍ୟକ୍ତି ମାନେ ପରିକ୍ଷ୍ାମୁଳକ ଭାବେ ଇଭିଏମରେ ବଟମ ଦବାଇ ଭୋଟ ଦେଇ ମେସିନକୁ ପରଖିଥିଲେ ।

Leave a Reply

Your email address will not be published. Required fields are marked *