ପ୍ରେମ କରି ବିବାହ କଲା , ପରକିଆ ପ୍ରିତି କରି ମାରିଦେଲା

ବସ୍ତା ,ସୋର : ପ୍ରେମ ବିବାହର କରୁଣ ପରିଣତି ଯାହାର ହାତଧରି ବାଟଚାଲିବାର ଆଶା ଥିଲା , ଯାହାକୁ ଇହକାଳ ପରକାଳର ଦେବତା ବୋଲି ବାଛିନେଇଥିଲା ସେ ଜେ କଂସେଇ ସାଜି ତଣ୍ଟିଚିପି ମାରିଦେବ ତାହା ଭାବିନଥିଲା ଅର୍ପିତା ା ପ୍ରେମ କରି ବିବାହ କଲା , ସମ୍ପର୍କୀୟ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ରଖିବାରୁ ସ୍ତ୍ରୀ ପ୍ରତିବାଦ କଲା , ରାକ୍ଷସ ସାଜି ତଣ୍ଟି ଚିପି ଅତି ନିର୍ମମ ଭାବେ ହତ୍ୟ କଲା ସ୍ବାସୀ। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତାଥାନା ପଣ୍ଡରୁଣୀ ଗ୍ରାମରେ। ଗ୍ରାମର ରତ୍ନାକର ରାଉଳଙ୍କ ପୁଅ କୁନାଲ ରାଉଳ ଗତ ୪ବର୍ଷ ତଳେ ସୋର ରାଇପୁର ଗ୍ରାମର ବନମାଳୀ ଦାସଙ୍କ ଝିଅ ଅର୍ପିତା ଦାସଙ୍କୁ ପ୍ରେମ ବିବାହ କରିଥିଲେ। ଏବଂ ପରିବାର ଲୋକ ମଧ୍ୟ ପ୍ରେମ ବିବାହକୁ ସିକୃତି ଦେଇଥିଲେ। ଏହା ମଧ୍ୟରେ ଅର୍ପିତା ଦୁଇଟି ସନ୍ତାନ ଜନ୍ମ ଦେଇଛନ୍ତି। କିନ୍ତୁ ଗତ କିଛି ଦିନ ଧରି କୁନାଲ ତାଙ୍କ ସମ୍ପର୍କୀୟ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନକରି ଯୁବତିଙ୍କ ପାଇଁ ବହୁଅର୍ଥ ଖର୍ଚ୍ଚ କରିଆସୁଥିଲେ ଯାହାକୁ ସ୍ତ୍ରୀ ଅର୍ପିତା ବିରୋଧ କରିଆସୁଥିଲେ। ତେବେ ଏଥିରେ ରାଗିଯାଇ ସ୍ବାମି କୁନାଲ ଗତ କାଲି ସକାଳେ ଅର୍ପିତାର ତଣ୍ଟି ଚିପି ଅତି ଅମାନୁଶିକ ଭାବେ ହତ୍ୟା କରିଥିବା ଅର୍ପିତାଙ୍କ ମା ଅଭିଯୋଗ କରିଛନ୍ତି। ବସ୍ତା ପୁଲିସ ହତ୍ୟା ମାମଲା ରୁଜୁ କରି ଯୁବକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ତେବେ ଦିନକୁ ଦିନ ପ୍ରେମ ବିବାହରେ ସଫଳତା କମି କମିଯାଉଥିବା ଦେଖିବାକୁ ମିଳୁଛି ା

Leave a Reply

Your email address will not be published. Required fields are marked *