ବେଙ୍ଗାଳୁରୁ: ବେଙ୍ଗାଳୁରୁ ଏଆର ଇଣ୍ଡିଆ ସୋ’ରେ ବଡ଼ ଧରଣର ଅଗ୍ନିକାଣ୍ଡ । ୟେହ୍ଲାଙ୍କା ବାୟୁ ସେନାର ବିମାନ ବନ୍ଦର ଘାଟିରେ ଅଚାନକ ଅଗ୍ନିକାଣ୍ଡ ଘଟିବାରୁ ପାର୍କିଂ ୟାର୍ଡ-୫ରେ ଥିବା ୧୦୦ କାରରେ ନିଆଁ ଲାଗିଯାଇଛି । ଘଟଣାସ୍ଥଳରେ ୩୦୦ରୁ ଅଧିକ କାର ଥିବା ସୂଚନା ମିଳିଛି । ଏୟାର ସୋ’ ଚାଲିଥିବା ବେଳେ ଏହି ଅଭାଵନୀୟ ଘଟଣା ଘଟିଥିଲା ।
ଅପରାହ୍ନ ୧୨.୩୦ଟା ସମୟରେ ଏହି ନିଆଁ ବିମାନ ବନ୍ଦରର ୫ନମ୍ବର ଗେଟର ଘାସରେ ନିଆଁଲାଗି କାର ଆଡକୁ ବ୍ୟାପି ଥିଲା । ଯାଣିବାକୁ ମିଳିଛିକି ସିଗାରେଟ ଝୁଲରୁ ଏଭଳି ଅଘଟଣ ଘଟିଛି ା ଖବର ଜଣାପଡିବା ପରେ ଏୟାର ସୋ କୁ ତୁରନ୍ତ ବନ୍ଦ କରାଯାଇଥିଲା ।
ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, କିଛି ସମୟ ମଧ୍ୟରେ ହିଁ ବହୁତ ଗୁଡ଼ାଏ ଗାଡ଼ିକୁ ନିଆଁ ବ୍ୟାପି ଯାଇଥିଲା । ଆଜି ବିମାନ ପ୍ରଦର୍ଶନୀ ଦେଖିବାକୁ ଅଧିକ ଲୋକ ଭିଡ଼ ହୋଇଥିଲା ବେଳ ଏତେ ବଡ଼ ଅଗ୍ନିକାଣ୍ଡ ଯୋଗୁ ବିମାନ ଘାଟିରେ ଭୟର ବାତାବରଣ ଦେଖାଯାଇଥିଲା ।
