ବାଲିଆପାଳ : ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ରେମୁ ଛକ ଠାରେ ସଡ଼କ ଦୂର୍ଘଟଣା ,ବାଇକ ରୁ ଖସିପଡି ସ୍ତ୍ରୀ ମୃତ । ସୂଚନା ଅନୁସାରେ ବସ୍ତା ବ୍ଲକ ନଟାକଟା ପଞ୍ଚାୟତର ଚାଷିପଡା ଗ୍ରାମର ନାରାୟଣ ସାହୁ ଏବଂ ତାଙ୍କର ସ୍ତ୍ରୀ କୁଞଲତା ସାହୁ (୪୦)

ଉଭୟେ ଶ୍ବଶୁର ଘର ବାଲିଆପାଳ ବ୍ଲକ କୁମ୍ଭାରୀ କୁ ଯାଇ ଘରକୁ ଫେରୁଥିବା ସମୟରେ ରେମୁଛକ ନିକଟରେ ସ୍ତ୍ରୀ କୁଞଲତା ମଟର ସାଇକେଲରୁ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରକୁ ନେଇଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।ପ୍ରକାଶ ଥାଉକି ଉଭୟେ ସ୍ବାମୀ ସ୍ତ୍ରୀ ନଟକଟା ପଞ୍ଚାୟତ ଅଧିନସ୍ଥ ନିଶ୍ଚିନ୍ତପୁର ୟୁପି ସ୍କୁଲରେ ମାଷ୍ଟର ଅଛନ୍ତି ।
