ସନ୍ତୋଶ , ପର୍ଶୁଙ୍କ ରାଲିରେ ମେଞ୍ଚା ମେଞ୍ଚା ଲୋକ , ଫାଙ୍କା ଫାଙ୍କାରେ ଗଲେ ଜ୍ୟୋତି

ବେଲେଶ୍ବର : ବେଲେଶ୍ବର ଜିଲାରେ ୩ ବିଧାନସଭା ଅସନ ପାଇଁ ନାମାଙ୍କ ପତ୍ର ଦାଖଲ କରାଯାଇଛି । ୩ ବିଜେଡି ବିଧ୍ୟାୟକ ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲା ବେଳେ ନୀଳଗିରିରୁ ବିଜେଡି ବିଧ୍ୟାୟକ ପାର୍ଥୀ ସନ୍ତୋଷ ଖଟୁଆ ନୀଳଗିରି ଉପଜିଲ୍ଲାପାଳଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସିମୁଳିଆରୁ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ସୋର ବିଜୁ ଜନତା ଦଳର ବିଧ୍ୟାୟକ ପ୍ରାର୍ଥୀ ପର୍ଶୁରାମ ଧଡା ଆଜି ବାଲେଶ୍ବର ଉପଜିଲ୍ଲା ପାଳଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନୀଳଗିରି ପାର୍ଥୀ ସନ୍ତୋଷ ଖଟୁଆ ୨୦ହଯାର ସମର୍ଥକଙ୍କ ସହ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ତାଙ୍କ ସହ ବିଜେଡି ଜିଲ୍ଲାସଭାପତି ତଥା ଏମ୍ପି ପ୍ରାର୍ଥୀ ରବିନ୍ଦ୍ର ଜେନା ଉପସ୍ଥିତ ଥିଲେ ।  ଶ୍ବିରୀ ଖଟୁଆ ବିଜେଡିକୁ ଆସିବା ପୁର୍ବରୁ ସନ୍ତୋଷ ସେନା ନାମରେ ୨୦୦୦୦ ହଜାରୁ ଅଧିକ ଲୋକ ସମର୍ଥନ ତାଙ୍କ ପ୍ରତି ରହିଥିବାବେଳେ ବିଜେଡିକୁ ଆସିଲା ପରେ ଏହା ବହୁଳ ପରିମାଣରେ ବ୍ରୁଧି ପାଇଛି ଯାହାର ଝଲକ ଆଜି ଦେଖିବାକୁ ମିଳିଥିଲା ତେବେ ସେ ଆଗାମି ଦିନରେ ନୀଳଗିରିରୁ ବହୁ ଭୋଟରେ ଜିତିବା ସ୍ପଷ୍ଟ ହୋଇଛି ।

ଠିକ ସେହିଭଳି ଭାବରେ ସୋର ବିଧ୍ୟାୟକ ପ୍ରାର୍ଥୀ ପର୍ଶୁରାମ ଧଡା  ଏକ ବିଶାଳ ପଟୁଆରରେ ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ବାହାରିଥିଲେ ା ୪ହଜାରରୁ ଅଧିକ ବାଇକ ଶୋଭାଯାତ୍ରାରେ ବାହରାଥିଲାବେଳେ ୫୦ରୁ ଅଧୀକ ବୋଲେରୁ ଥିବା ଦେଖିବାକୁ ମିଳିଛି ଯାହାକୁ ଦେଖି ବୋରୋଧିଙ୍କ ଛାତିରେ ଛନକା ପଶିଯାଇଛି ।  ତେବେ ପର୍ଶୁଙ୍କୁ ବିଜେଡିର କିଛି କର୍ମି ବିରୋଧ କରିଥିଲେ ମଧ୍ୟ ତାଙ୍କ କ୍ରେଜ କମିନଥିବା ଆଜିର ଲୋକ ସମାଗମରୁ ସ୍ପଷ୍ଟ ବାରି ହୋଇପଡିଥିଲା ା ଅନ୍ୟପଟେ ଆଜିର ପଟୁଆର ଯାହା ସାମ୍ନାକୁ ଆଣିଛି ଏବଂ ଏହାକୁ ଦେଖି ରାଜନୈତିକ ସମିଖ୍ୟକ ମାନେ ଯାହା ମତ ରଖିଛନ୍ତି ପର୍ଶୁରାମ ଧଡା ଗତ ୨୦୧୪ ନିର୍ବାଚନ ଠାରୁ ଏଥର ବହୁ ଭୋଟରେ ଜିତିବେ ା

ସେହିଭଳି ଶିମୁଳିଆ  ନିର୍ପ୍ରବାଚନ ମଣ୍ଡଳିରୁ ଜ୍ୟୋତି ପ୍ରକାଶ ପାଣିଗ୍ରହୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଶାନୁରୁପକ ସମର୍ଥକ ଦେଖିବାକୁ ମିଳିନଥିଲେ। ଯାହା ସ୍ପଷ୍ଟ କରିଥିଲା ଜ୍ୟୋତି ଏଥର ସଫଳତା ପାଇ ନପାରନ୍ତି ା ଏମିତିବି ତାଙ୍କର ବ୍ୟବହାରରେ ଖୁସି ନଥିବା ସିମୁଳିଆ ବାଶୀ ଆଉଥରେ ତାଙ୍କୁ ଭରଷା କରିନପାରନ୍ତି ା ତେବେ ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଜେଡି ପଛରେ ରହିଯାଇଥିବା ସ୍ପଷ୍ଟ ହେଉଥିବା ବେଳେ ଏଥର ବିଜେପିର ପଦ୍ମ ଲୋଚନ ପଣ୍ଡା ଫାଇଦା ମାରି ପାରନ୍ତି ଯାହା ଆଜିର ଚିତ୍ର ସ୍ପଷ୍ଟ କରିଥିଲା ।

Leave a Reply

Your email address will not be published. Required fields are marked *