ବିପଦରେ ନିଳଗୀରି : ସୁପରସ୍ପେଡର ହେବେକି ବିଧାୟକ

ନୀଳଗିରି: ବିପଦରେ ନୀଳଗିରି ସୁପର ସ୍ପେଡର ହୋଇଯିବେକି ବିଧାୟକ ? ଦୈନିକ ଶତାଧିକ ଲୋକଙ୍କ ସଂସ୍ପର୍ଶରେ ଆଶିଛନ୍ତି। ଖାଲି ସେତିକି ନୁହଁ ଗତ ୩ତାରିଖ ଦିନ ବାଲେଶ୍ବର ବିଧାୟକ ମଦନ ମୋହନ ଦତ୍ତଙ୍କ ଶ୍ରାଦ୍ଧବାର୍ଷିକରେ ସେ ଉପସ୍ଥିତ ଥିଲେ ସେଠାକୁ ବିଜେପିର ବହୁ ରାଜ୍ୟସ୍ଥରିୟ ନେତା କର୍ମୀ ଯୋଗ ଦେଇଥିଲେ। ତେବେ ରାଜ୍ୟରେ ପ୍ରଥମ ଥର ଲାଗି ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ସୂଚନା ଜଣାପଡିଛି। ବିଧାୟକଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ଏ ସମ୍ପର୍କରେ ବିଧାୟକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ନୀଳଗିରିରେ ଆତଙ୍କ ଖେଳିଯାଇଛି। ବିଧାୟକଙ୍କ ସହ ବିଭିନ୍ନ ଲୋକ ସଂସ୍ପର୍ଶରେ ଆସୁଛନ୍ତି। ପ୍ରତ୍ୟେକ ଦିନ ସେ ଗାଁଠୁ ସହର ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରାଇବା ସହ ମାସ୍କ ପିନ୍ଧାଇ ଦେଉଛନ୍ତି। ବିଭିନ୍ନ ସରକାରୀ ଓ ବେସରକାରୀ ବୈଠକରେ ମଧ୍ୟ ସେ ଯୋଗଦେଇଛନ୍ତି। ଯଦି ତାଙ୍କ ସଂସ୍ପର୍ଶରେ କେହି ଲୋକ ଆସିଥିବେ ତେବେ ବିଧାୟକ ସୁକାନ୍ତ ନାୟକ ସୁପର ସ୍ପେଡର ହୋଇଯିବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ କୋଭିଡ଼-୧୯ ମେଡିକାଲକୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଅନ୍ୟପଟେ ତାଙ୍କ ରିପୋର୍ଟକୁ ଭଲଭାବେ ତଦନ୍ତ କରାଜିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *