ଜଳେଶ୍ୱର : ( ସଂଜୟ ଦାସ ) ଜଳେଶ୍ବର ବାଲି ମାଫିଆ ଏବଂ ଜଳେଶ୍ବର ତହସିଲଦାରଙ୍କ ଭାବ ପିରତୀର ଅନ୍ତ ଘଟାଇଲେ ଜି ଜିଲ୍ଲାପାଳ । ଦୀର୍ଘ ଦିନ ଧରି ବେଆଇନ ଭାବେ ଉତ୍ତଳନ , ପରିବହନ ଓ ଗଛିତ କରି ରଖୁଥିବା ବେଆଇନ ବାଲି ଉପରେ ଜିଲ୍ଲାପାଳ ଶକ୍ତ ଝଟକା ଦେଇଛନ୍ତି । ଏନଜିଟି ନିୟମକୁ ଖାତିର ନକରି ରାତିଦିନ ସୁବର୍ଣ୍ଣରେଖା ନଦୀରୁ ବାଲି ଲୁଟେରା ମାନେ ଜେସିବି ଲଗାଇ ଡମ୍ପର ଓ ଟ୍ରାକ୍ଟର ରେ ଭର୍ତିକରି ଚଢାଦରରେ ବିକୁଛନ୍ତି ପଶ୍ଚିମବଙ୍ଗକୁ । ବାଲେଶ୍ବର ଜିଲ୍ଲା ଜଳେଶ୍ୱର ତହସିଲ ଅନ୍ତର୍ଗତଦକ୍ଷିଣପ୍ରହରାଜପୁର,ବେହେରାସାହି, ବିଳାସପୁର, ତୁଟାପଡା, ମାଙ୍କିଡ଼ିଆ,ରାଜନଗର ଶିଖରପୁର,ପଞ୍ଚୁଘଣ୍ଟା,ମହମ୍ମଦନଗର ପାଟଣା,ପ୍ରମୁଖ ବାଲିଖାଦାନ ମାନଙ୍କ ରୁ ବାଲିଆଣି ରାଜଘାଟ ଠାରୁ ସୀମାନ୍ତ ଲକ୍ଷ୍ମଣ ନାଥ ରୋଡ଼ ଯାଏଁ କିଏ ଜଙ୍ଗଲ ଭିତରେ ତ ଆଉ କିଏ ରାସ୍ତା କଡ଼େ କଡ଼େ ହଜାର ହଜାର ଟନ ର ବାଲି ପର୍ବତ ଭଳି ଠୁଳ କରି ରଖିଛନ୍ତି । ଏଭଳି କାରବାର ଉପରେ ଜଳେଶ୍ୱର ତହସିଲଦାରଙ୍କ ନଜର ପଡୁନଥିଲା ନା ଜାଣିଶୁଣି ବାଲି ଲୁଟେରାଙ୍କୁ କିଛି କହୁ ନଥିଲେ । ଏବେ ତହସିଲଦାରଙ୍କ ନିଦ ହଜିଯାଇଛି। ଯାହାକି ରାତିଦିନ ବାଲି ପାଇଁ ପାଗଳ ହୋଇଗଲେଣି ।ତେବେ ହଠାତ କାହିଁକି ତହସିଲଦାରଙ୍କ ଭିତରେ ଏତେ ତତ୍ପରତା ଦେଖାଦେଲା….? ଏହିସବୁ କାରଣ ଭିତରେ ଶୁଣିବାକୁ ମିଳୁଛି ଯେ ନୂଆକରି ଦାୟିତ୍ୱ ନେଇଥିବା ବାଲେଶ୍ୱର ଜିଲ୍ଲା ପାଳ କେ. ସୁଦର୍ଶନ ଚକ୍ରବର୍ତୀ ଦାୟିତ୍ବ ନେବାର ୩ଦିନ ପରେ ହଠାତ ଜଳେଶ୍ୱର ଆସି ବାଲିର ମୟ ଜଳେଶ୍ୱର ଦେଖି ପଶ୍ଚିମବଙ୍ଗ ସୀମାନ୍ତ ଠାରୁ ଜଳେଶ୍ୱର ଯାଏଁ ବାଲି ଉଠାଯାଉଥିବା ସ୍ଥାନ ଗୁଡିକ ବୁଲି ଦେଖିବାପରେ ଚୋରା ବାଲି ଲୁଟେରାଙ୍କ ଉପରେ ଲାଗିବ ଲଗାମ ଯାହା ଶୁଣିବାକୁ ମିଳିଛି। ତେବେ ସେହି ଦିନ ଅର୍ଥାତ ୧୮/୦୭/୨୦୧୯ ରିଖ ଗୁରୁବାର ଠାରୁ ଚୋରା ବାଲି ଲୁଟେରା ଙ୍କୁ ଘାରିଛି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଭୟ । ପାଣିରେ ଜୀବକି ବାଲି ଲୁଟେରାଙ୍କ ଲକ୍ଷ ଲକ୍ଷ ଟଙ୍କା…? ଆଉ ଆଗକୁ ଦେଖିବା ପାଇଁ ବାକିରହିଲା ବାଲି ଲୁଟେରା କି ପ୍ରକାରେ କରିବେ ବାଲି ବେପାର ।ବର୍ଷ ବର୍ଷ ଧରି ଅନିୟମିତତା ଭାବେ ବାଳିମାଫିଆ ମାନେ ଠୁଳ ରଖିଥିବା ବାଲି ଉପରେ ଜିଲ୍ଲା ପାଳଙ୍କ ନଜର ପଡିବା ପରେ ଜଳେଶ୍ୱର ତହସିଲଦାର ପ୍ରାଣମୂର୍ଚ୍ଛା ଛାନିଆ ହୋଇ କାହାକୁ କେତେ ମନଇଛା ଜରିମାନା କରିଚାଲିଛନ୍ତି । ତେବେ କଥା ହେଉଛି ଯେ ଏହା ପୂର୍ବରୁ ଥିବା ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ବାଳିମାଫିଆଙ୍କ ଉପରେ କାହିଁକି ଏପରି ତତ୍ପରତା ଦେଖାଉ ନଥିଲେ ? ନା ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଥିଲା ତହସିଲଦାର ଓ ପୂର୍ବତନ ଜିଲ୍ଲାପାଳଙ୍କର ? ଯାହା ଏବେ ସାଧାରଣରେ ଆଲୋଚନା ହେଉଛି ା
