ବାଲେଶ୍ବର(ଆନ୍ଦୋଳନ ବ୍ୟୁରୋ):- ମମତା କୁଣ୍ଡୁଙ୍କ ଢୋଲ ବଜାଇବାକୁ କେହିନାହିଁ।ନିଜେ ବଜଉଛନ୍ତି ନିଜ ଢୋଲ। ବେଲେଶ୍ବର ପ୍ରର୍ଥୀ ଚୟନରେ ଚକ୍ରାନ୍ତ। ନିରଞ୍ଜନ ପଟ୍ଟନାୟକ କି ତାଙ୍କ ପୁତ୍ର ମାନେ ନବଜୈାତି ପଟ୍ଟନାୟକ ଉଭୟ ଚାହାନ୍ତିନି ବାଲେଶ୍ବରରେ ମୂଳିଆ ନେତା। ସେ ଖୋଜନ୍ତି ନିରମୁଳି ନେତା। ସେଇ ନିରମୁଳି ନେତା ହେଉଛନ୍ତି ମମତା କୁଣ୍ଡୁ। କିନ୍ତୁ ବିକ୍ରମ ପଣ୍ଡା ବାଲେଶ୍ବରର ମୂଳିଆ ନେତା। ବିଗତଦିନରେ ବାଲେଶ୍ବର ପାଇଁ ପ୍ରାର୍ଥୀଚୟନରେ ଭୁଲ ନିସ୍ପତି କରି ବାଲେଶ୍ବରରେ ତଳି ତଳାନ୍ତ ହୋଇଛି କଂଗ୍ରେସ।
ଏକଦା ବାଲେଶ୍ବରକୁ କଂଗ୍ରେସର ଗଡ କୁହାଯାଉଥିବା ବେଳେ ସେ ଗଡ ଏବେ ଧୂଳିସାତ। ଗୋଟିଏ ପଟେ ବିକ୍ରମପଣ୍ଡା ଲୋକଙ୍କ ସୁଖ ଦୁଖର ସାଥି ହୋଇ ଛିଡା ହେଉଥିଲା ବେଳେ ଦଳ ତାଙ୍କୁ ବିଟ୍ରେ କରି ବିକ୍ରମ ସାଙ୍ଗରେ ବେଇମାନି କଲା। ଆଉ ଗୋଟେପଟେ ବାରମ୍ବାର ଦଳ ବଦଳାଇ ବିଭିନ୍ନ ଦଳ ସହ ବେଇମାନି କରିଥିବା ମମତା କୁଣ୍ଡୁଙ୍କୁ ପ୍ରାର୍ଥିକଲା। ମମତା କୁଣ୍ଡୁଙ୍କୁ ଜିତାଇବାକୁ କଂଗ୍ରେସ ପ୍ରାର୍ଥିକଲା ନା ଚିହ୍ନ ବୁଲାଇବାକୁ ପ୍ରାର୍ଥିକଲା ଯାହା ବଡପ୍ରଶ୍ନ। କିନ୍ତୁ ବିକ୍ରମଙ୍କୁ ପ୍ରାର୍ଥି ନକରି କଂଗ୍ରେସ ସ୍ପଷ୍ଟ କଲା ଦଳରେ କାମ ନକରି ଏଦଳ ସେଦଳ ହୁଅ ଟିକଟ ମିଳିବ। କଂଗ୍ରେସର କେତେ ମେମ୍ବରସିପ୍ ବାଲେଶ୍ବରରେ ଅଛି ପଚାରିଲେ ମମତା କୁଣ୍ଡୁ କହିପାରିବେନି। ବାଲେଶ୍ବରରେ କଂଗ୍ରେସର କେବେ କେବେ କିଏ କିଏ ଜିତିଥିଲେ ପଚାରିଲେ କହିପାରିବେନି। କିନ୍ତୁ ସିଏ ହେଲେ କଂଗ୍ରେସପ୍ରାର୍ଥୀ। କଂଗ୍ରେସ ଓଡିଶାରେ ହଜି ହଜି ଜିବାର ମୁଳ କାରଣ ହେଲା ପ୍ରାର୍ଥୀ ଚୟନ।
ତେବେ ଏପରି ହେଲେ କଂଗ୍ରେସ ଆଗାମି ଦିନରେ ବାଲେଶ୍ବରରେ ସରପଞ୍ଚଟିଏବି ଜିତି ନପାରିବାର ଆକଳନ କରାଯାଉଛି।
