ମୋବାଇଲ୍ ପାଇଁ ବସ୍‌ ଦୁର୍ଘଟଣା, ୧୨ରୁ ଅଧିକ ଆହାତ

ସୋର : ଅଣଗୁରିଆ ଡ୍ରାଇଭର, ଅଯୋଗ୍ୟ ମାଲିକ, ବେଆଇନ ଗାଡି ପାଇଁ ଯାଇଥାନ୍ତା ୩୦ଜୀବନ ା  ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ଆଳଦା ଗାଁ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୨ ଜଣ ଆହତ ହୋଇଛନ୍ତି । ବରଜଦେଉଳିରୁ ବାଲେଶ୍ୱର ଯାଉଥିବା ଝାଡେଶ୍ୱର ନାମକ ଏକ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଏହି ବସ୍‌ରେ  ମୋଟ 30 ଯାତ୍ରୀ ଥିଲେ। ଆହତମାନଙ୍କୁ  ସ୍ଥାନୀୟ ଲୋକେ ଉଦ୍ଧାର କରି ବିଷ୍ଣୁପୁର ଓ ଗୋପାଳପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ ଡ୍ରାଇଭର ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *