ଖଣିବାବୁ ଜଗନ୍ନାଥଙ୍କୁ କେବେ ଭିଜିଲାନ୍ସ ଛୁଇଁବ ? ଦୈତାରି ବନ୍ଧା/ବାଲି ଓ ପଥର ବେପାରିଙ୍କର ବଢିଲା ଧନ୍ଧା

ସୋର : ସୋର ପୂର୍ବତନ ତହସିଲଦାର ଦୈତାରି ମଲ୍ଲିକ ଭିଜିଲାନ୍ସଦ୍ୱାରା ବନ୍ଧା ହେଲା ପରେ ଟ୍ରକ ମାଲିକଙ୍କ କଚେପୁଅ ବାର । ସୋରରେ ଯେମିତି ବାଲି,ପଥର ଗାଡି ଚାଲିଛି ସତେକି ଲାଗୁଛି ସୋରରେ ତହସିଲ ମାଇନିଂ ଓ ପୋଲିସ କେହି ନାହାନ୍ତି । ଯେମିତି ବେଆଇନ ପଥର ଓ ବାଲି ପରିବହନ କାରୀ ଭାବୁଛନ୍ତି ଦୈତାରି ଯାଇଛି ଏବେ ଆମର କେହି କିଛି କରିପାରିବେନି । ନେବା ଲୋକ ଜଦି ଚୋର ତାହାଲେ ଦେବା ଲୋକ କଣ ବୋଲି ଏବେ ଗୁଡେଇ ତୁଡେଇ ନିଜ ଭିତରେ ପ୍ରଶ୍ନ ପଚରା ପୁଚୁରି ଚାଲିଛି । ଏଇ ଭିତରେ ଟ୍ରକ ମାଲିକ ସଂଘ ଭାଙ୍ଗିକି କୁଆଡେ ଦୁଇ ଫାଳ । ଉପସଭାପତି ଦୟା ବାବୁଙ୍କ ଗିରଫକୁ କୁଆଡେ ହଜମ କରିପାରୁନାହାନ୍ତି କିଛି ଟ୍ରକ ମାଲିକ । ଶୁଣିବାକୁ ମିଳୁଛି ମାସକୁ ଲକ୍ଷେ ଟଙ୍କା ଦୈତାରି ବାବୁ ଚାନ୍ଦା ନେଲା ପରେବି ବ୍ୟକ୍ତିଗତ ଭାବେ ବହୁ ଲୋକଙ୍କ ପାଖରୁ ନେଉଥିଲେ ତେବେ ଏଇ ନେବା ଦେବା କେଉଁ ଆଦିମ ଅନାଦି କାଳରୁ ଚାଲିଆସୁଥିଲା ବେଳେ ସୋର ତହସିଲରେ ଭିଜିଲାନ୍ସ ପସିବା ଏଇଟା ୩ ନମ୍ବର । ତେବେ ଦୈତାରିଙ୍କୁ ଭିଜିଲାନ୍ସ ଧରିବା ପରେ ଜୁନିୟର ମାଇନିଂ ଅଧିକାରୀଙ୍କୁ ନେଇ ସବୁଠି ଚର୍ଚ୍ଚା ତେବେ ଶୁଣିବାକୁ ମିଳେ ପୂର୍ବରୁ ଥିବା ଜୁନିୟର ମାଇନିଂ ବାବୁ ଜଗନ୍ନାଥ ଏବେ ଆସି ରେଣ୍ଡମ ବାଗୁଡିରେ ବୁଲୁଛନ୍ତି ନୀଲଗିରିକୁ ବଦଳି ପରେ ପୁଣି ବାଗୁଡି ଆସିବା କାଇଁ ସହଜେ ହଜମ ହେଉନି । ଏମିତିବି କିଛି ଲୋକ କହିଲେଣି ମିଠା ଖାଇଥିବା ଲୋକ ସହଜେ କଣ ଭୁଲିପାରେ । ତେବେ ପ୍ରଶ୍ନ ଉଠିବା ଶ୍ୱାଭାବିକ ଜଦି ତହସିଲଦାର ଏତେ ନେଉଥିଲେ ଜଗନ୍ନାଥ କେତେନେଉଥିବେ ଯାହା ଉପରେ ଏବେ ତଦନ୍ତ ହେବାକୁ ଦାବିହେଉଥିବା ବେଳେ କେବେ ଭିଜିଲାନ୍ସ ଏଥିପ୍ରତି ଧ୍ୟାନ ଦେଉଛି ଏବଂ ସାଧାରଣରେ ଉଠୁଥିବା ସନ୍ଦେହର ପୁର୍ଣ୍ଣଛେଦ ପକାଉଛି ତାହା ଦେଖିବାକୁ ବାକିରହିଲା ।

Leave a Reply

Your email address will not be published. Required fields are marked *