କଶ୍ମୀର ବଡଗାମରେ ବାୟୁସେନାର ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ

ବଡଗାମ୍‌: ବୁଧବାର ସକାଳେ ଜମ୍ମୁ କଶ୍ମୀର ବଡଗାମ୍ ଜିଲ୍ଲାରେ ବାୟୁସେନାର ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୨ ଜଣ ପାଇଲଟ୍ ମୃତ୍ୟୁବରଣ କରିଥିବା ଜଣାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛି।ବାୟୁସେନାର ଏହି ବିମାନ ଦୁର୍ଘଟଣା କେଉଁ କାରଣରୁ ଘଟିଥିଲା ତାହା ଭାରତୀୟ ବାୟୁସେନାର ଟେକ୍ନିକାଲ ଟିମ୍ ପହଞ୍ଚି ତଦନ୍ତ କଲେ ଜଣାପଡ଼ିବ ବୋଲି ବଡଗାମ୍ର ଏସ୍ଏସ୍‌ପି ଜଣାଇଛନ୍ତି।

ସକାଳ ୧୦.୫ ସମୟରେ ବଡଗାମ୍‌ର ଗାରେଣ୍ଡ କାଲାନ୍ ନିକଟରେ ଏକ ଖୋଲା ସ୍ଥାନରେ ଏହି ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ ଦୁଇଖଣ୍ଡ ହେବାପରେ ଏଥିରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାସ୍ଥଳରେ ହିଁ ଜଣେ ପାଇଲଟଙ୍କ ମୃତଦେହ ପଡ଼ିରହିଥିଲା।

Leave a Reply

Your email address will not be published. Required fields are marked *