ଜଳେଶ୍ୱର : ( ସଂଜୟ ଦାସ ) ସାରା ବିଶ୍ଵରେ ଆତଙ୍କ ଖେଳାଇଛି “କୋରୋନା” । ବିଶ୍ୱର ଏଯାଏଁ ପ୍ରାୟ ୧୧୪ଟି ଦେଶରେ କାୟା ବିସ୍ତାର କରିଥିବା ବେଳେ ଭାରତରେ ମଧ୍ୟ “କୋରୋନା” ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । “କରୋନା”କୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରିଥିବା ବେଳେ ଓଡ଼ିଶା ଏହାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଛି । “କରୋନା” ଭାଇରସକୁ ନେଇ ସରକାରଙ୍କ ପକ୍ଷରୁ ରାଜ୍ୟରେ କଡ଼ା ହାଇଆଲର୍ଟ ଜାରି କରାଯିବା ସହ ସ୍ୱତନ୍ତ୍ର ଗାଇଡ଼ ଲାଇନ ମଧ୍ୟ ଜାରି କରାଯାଇଛି । ବାସ୍ତବିକ ଦେଖିବାକୁ ଗଲେ ସରକାରଙ୍କ ନିୟମକୁ ମାନୁ ନାହାଁନ୍ତି ବିଜେଡି ବିଧାୟକ ଅନନ୍ତ ବାବୁ । ତାହାରି ଭିତରେ ବିଭିନ୍ନ ଧାର୍ମିକ ପିଠ, ସପିଙ୍ଗମଲ, ସେନେମାହଲ,ସ୍କୁଲ , କଲେଜ ପ୍ରମୁଖ ଗହଳିପୂର୍ଣ୍ଣ ସ୍ଥାନକୁ ମାର୍ଚ୍ଚ ୩୧ ଯାଏ ବନ୍ଦ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ କଡ଼ା ନୀତିନିୟମକୁ ଖୋଲା ଚ୍ୟାଲେଞ୍ଜ ଦେଇଛି ପ୍ରସିଦ୍ଧ ବାବା ଚନ୍ଦନେଶ୍ଵର ଶୈବ ପୀଠ ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଅବସ୍ଥିତ ପ୍ରସିଦ୍ଧ ବାବା ଚନ୍ଦନେଶ୍ଵ ଶୈବ ପୀଠର ଟ୍ରଷ୍ଟବୋର୍ଡ ସରକାରଙ୍କ ନିୟମ ମାନୁଛି ନା ମନ୍ଦିରରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପ୍ରତି କିଛି କଟକଣା ଲାଗିଛି । ତାହାରୀ ଭିତରେ ସବୁ ନିୟମକୁ ଫୁ ମାରିଛି ମନ୍ଦିର ଟ୍ରଷ୍ଟବୋର୍ଡ । “କରୋନା” ଭଳି ମାରତ୍ମକ ଭାଇରସ ପ୍ରତି ସରକାରଙ୍କ ପକ୍ଷରୁ କି ଟ୍ରଷ୍ଟବୋର୍ଡ ପକ୍ଷରୁ ମନ୍ଦିର ବାହାରେ କି ଭିତରେ କେହିବି ଭକ୍ତଙ୍କୁ କରାଉନାହାନ୍ତି ସଚେତନ କି ମାସ୍କ ବ୍ୟବହାର କରିବା ପାଇଁ । ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ଯିଏ ଖୋଦ୍ ସରକାର ଦଳ ବିଧାୟକଙ୍କ ଅନନ୍ତ ଦାସ । ଆଉ ମନ୍ଦିର ପରିସରରେ ଏଭଲି ଜନଗହଳି ଦୃଶ୍ୟ ।
ଉକ୍ତ ଶୈବ ପୀଠ କୁ ପ୍ରତିଦିନ ଓଡ଼ିଶା ଭଳି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ପ୍ରମୁଖ ରାଜ୍ୟରୁ ଭକ୍ତ ସଦାବେଳେ ଯାତାୟତ କରନ୍ତି । ତେବେ ସବୁଠାରୁ ବଡ଼ କଥା ଯେ ରାଜ୍ୟ ସରକାର “କରୋନା ବିପର୍ଯ୍ୟୟ ନିୟନ୍ତ୍ରଣ ପାଇଁ ପ୍ରାଣପଣେ ପ୍ରଚେଷ୍ଟା ଜାରୀ ରଖିଥିବା ସମୟରେ ଖୋଦ୍ ସରକାରୀ ଦଳ ବିଧାୟକ ଅନନ୍ତ ବାବୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ବେଖାତିର କରିଥିବା ମନ୍ଦିର ଚିତ୍ର ସ୍ପଷ୍ଟ କରିଛି । ସେପଟେ ସରକାରଙ୍କ କଡ଼ା ଆଭିମୁଖ୍ୟ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
