ଜଳେଶ୍ୱର : ( ସଂଜୟ ଦାସ ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଳକ ଅଂଚଳର “ସମାଜ” ସାମ୍ବାଦିକ ପ୍ରତାପ ପାତ୍ରଙ୍କୁ କେତକ ଦୃବୁତ ଯୋଜନାବୋଧ ଭାବେ ଆକ୍ରମଣ କରି ଜୀବନରୁ ମାରିଦେବା ଉଦ୍ୟମ କରିଥିଲେ ମଧ୍ୟ ସାମ୍ବାଦିକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତବେ ଏହି ଘଟଣାକୁ ଜଳେଶ୍ୱର ସାମ୍ବାଦିକ ପକ୍ଷରୁ ଦୃଢ଼ ନିନ୍ଦାକରିବା ସହ ଆକ୍ରମଣ କାରୀଙ୍କୁ ଯଥାଶିଘ୍ର ଗିରଫ କରିବା ଓ ଆହତ
ସାମ୍ବାଦିକଙ୍କ ପରିବାର ପ୍ରତି ବିପଦ ଥିବନେଇ ସୁରକ୍ଷା ଯୋଗାଇଦେବା ପାଇଁ ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡା ଓ ଜଳେଶ୍ୱର ବିଡ଼ିଓ ନିତ୍ୟାନନ୍ଦ ସାହୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଘଟଣା ସମ୍ପର୍କରେ ଏକ ଦାବୀ ପତ୍ର ପଠାଯାଇଛି । ସାମ୍ବାଦିକ ଅମର ଆଚାର୍ଯ୍ୟ, ସୁକୁମାର ରଣା, ଦିଲୀପ ଦାସ, ସତ୍ୟବ୍ରତ ପ୍ରଧାନ, ରାଜେଶ ପ୍ରଧାନ, ଦୀନବନ୍ଧୁ ପ୍ରଧାନ, ଅଜିତ ସାହୁ, ଚନ୍ଦନ ଜେନା, ରବି ପାତ୍ର, ପତିତପାବନ ପ୍ରଧାନ, ଅରୁଣ ଜେନା, ଅର୍ଜୁନ ସିଂ, ଘନଶ୍ୟାମ ଆଶିଷ ଗିରି, ସେକ ଅବଦୁଲ ରହିମ, ଅବନୀ ଚାନ୍ଦ, ମନୋଜ ଭୁଇଁୟା ଓ ବାଲେଶ୍ବର ଉତ୍କଳ ସାମ୍ବାଦିକ ସଂଘ ଶାଖା କୋଷାଧ୍ୟକ୍ଷ ସଂଜୟ ଦାସ ପ୍ରମୁଖ ସାମିଲ ଥିଲେ ।
