ଜଳେଶ୍ୱର : କିଏ ମିଛ କହୁଥିଲା ଆଉ କିଏ ସତ କହିଲା ? ଜଦି ଅଭିଯୋଗ ମିଛଥିଲା ତାହାଲେ କାହିଁକି ଆପୋଶ ବୁଝାମଣାକଲେ ବିଧାୟକ ? ବିଧାୟକ ଅଶ୍ବିନୀ ପାତ୍ର ଠିକାଦାରଙ୍କ ପାଖରୁ ପିଶି ଆଦାୟ କରିବା ଜଦିମିଛ ବିଧାୟକଙ୍କ କହିବାନୁସାରେ ଜଦି ଠିକାଦାର ପାଗଳ ତାହାଲେ ପାଗଳ ସହ କଣ ଆପୋଷ ବୁଝାମଣା କଲେ ବିଧାୟକ ?

ତାହାଲେ ଏହାକଣ ବୁଝିବାକୁ ହେବ ଠିକାଦାରଙ୍କ ଅଭିଯୋଗ ସତଥିଲା ଏବଂ ନିଜକୁ ବଞ୍ଚାଇବା ପାଇଁ ବିଧାୟକ ତାଙ୍କୁ ପାଗଳ ବୋଲି କହି ପରେ ତାଙ୍କ ସହ ଆପୋଷ ବୁଝାମଣା କଲେ , ଯାହା ସ୍ପଷ୍ଟ କଲା ବିଧାୟକଙ୍କ ପିଶିକାରବାରର ସ୍ପଷ୍ଟ ଚିତ୍ର ା ସୂଚନା ଥାଉକି ଠିକାଦାରଙ୍କ ପାଖରୁ ଚାନ୍ଦା ନେବା ଘଟଣାର ଜଳେଶ୍ବର ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ନାମରେ ଜଳେଶ୍ୱର ଆର ଡବ୍ଲ୍ୟୁ ଡି ର ଠିକାଦାର ଲୋକନାଥ ଜେନା ଗତ ୧୦/୦୩/୨୦୧୯ରିଖ ରାତିରେ ଜଳେଶ୍ୱର ଥାନା ଆଇ ଆଇ ସିଙ୍କ ନିକଟରେ ଲିଖିତ ଅଭିଯୋଗ ଦେଇଥିଲେ ା ଠିକାଦାର ଲୋକନାଥ ଜେନା ବିଧାୟକଙ୍କ ବିରୁଦ୍ଧରେ ପିସି, ଜାତିଅଣା ଓ ଜୀବନରୁ ମାରିଦେବାର ଅଭିଯୋଗ ଅଣିଥିଲେ । ମାତ୍ର ଅଭିଯୋଗକୁ ଆଧାରକାରୀ ଜଳେଶ୍ୱର ପୋଲିସ ଅନଲାଇନରେ କେସ ରେଜିଷ୍ଟ୍ରେସନ କରିଥିଲା । ଠିକାଦାରଙ୍କ ଅଭିଯୋଗର ଠିକ ୧୭ ଘଣ୍ଟା ମଧ୍ୟରେ ଠିକାଦାର ଓ ବିଧାୟକଙ୍କ ରାତିଅଧିଆ ଆପୋଷ ବୁଝାମଣାହୋଇଛି । ଯାହାସ୍ପଷ୍ଟ କରିଛି ବିଧାୟକ ବିଜେଡି ସରକାର ପାଇଁ କଳଙ୍କ ଯାହାଙ୍କ ପାଇଁ ବାଲେଶ୍ବରରେ ବିଜେଡି ବଦନାମ ହୋଇଛି ା ତେବେ ତାଙ୍କୁ ଜଦି ଆଗାମି ନର୍ବାଚନରେ ବିଜେଡି ଟିକଟ ଦିଏ ବିଜେଡି ବିରୁଦ୍ଧରେ ଆଶୁଥିବା ପିଶି ସରକାରର ଅଭିଯୋଗ ସତ ହେବ ା
