ସିଲଟ ଧରିବେକି ବିଜେଡି ବିଧାୟକ ଅଶ୍ୱିନୀ

ଜଳେଶ୍ୱର : ପଦାରେ ପଡିଲା ୧୯ ବର୍ଷ ର ବିଜେଡି ସରକାରଙ୍କ ପିସି କାରବାରର କାରନାମା । ନିଜକୁ ଭଦ୍ର ଓ ସରଳ ପରିଚୟ ଦେଉଥିବା ଜଳେଶ୍ୱର ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ଦାଦାଗିରି ଏବେ ପଦାକୁ ଆସିଛି ।  ମୋ ଭାଗ (ପିସି) ନ ଦେଲେ ଜଣେ ଠିକାଦାର ଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଲେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର । ଏଭଳି ଅଭିଯୋଗ ଆଣିଛନ୍ତି

ଜଳେଶ୍ୱର ଆର ଡବ୍ଲ୍ୟୁ ଡି ବିଭାଗର ଜଣେ ତୃତୀୟ ଶ୍ରେଣୀ ସ୍ୱୀକୃତି ପ୍ରାପ୍ତ ଠିକାଦାର ଲୋକନାଥ ଜେନା । ବିଧାୟକ ଅଶ୍ୱିନୀ ପାତ୍ରଙ୍କ ନିଜସ୍ୱ ପାଣ୍ଠି ଅନୁଦାନରେ ଲୋକନାଥ ଜଳେଶ୍ୱର ସ୍ଥିତ ବାଗପୁଞ୍ଜି ହାଇସ୍କୁଲ ଏକ ନୂତନ କୋଠା ଘର କାର୍ଯ୍ୟର କାର୍ଯ୍ୟାଦେଶ ନେଇ କାର୍ଯ୍ୟରଶୁଭ ଦେବାପାଇଁ ଉକ୍ତ ସ୍ଥାନକୁ ଯାଇଥିଲେ । ମାତ୍ର ଠିକାଦାର ଲୋକନାଥ ଜେନାଙ୍କୁ ସେଠାରେ ଥିବା ବିଧାୟକ ଅଶ୍ୱିନୀ ପାତ୍ର ଦେଖିବା ମାତ୍ରେ ରାଗରେ ନାଲି ପଡିଯାଇ କୁଆଡେ  କହିଥିଲେ ଶଳା ତୋ ଚଉଦପୁରୁଷରେ କେହି ଠିକାଦାରି କରିଛି ନା ନନସେନ୍ସ । ଶଳା ତୁ ହରିଜନ ଶ୍ରେଣୀର ହୋଇ ବହୁତ ରାଜନୀତି କରୁଛୁ । ମୋ ବିଧାୟକ ପାଣ୍ଠି କାର୍ଯ୍ୟ ଯେଉଁ ଠିକାଦାରକରନ୍ତି ମୋତେ ମୋର ୫℅ (ପାଞ୍ଚ) ପ୍ରସେଣ୍ଟ ଦେଇଥାନ୍ତି । ତୁ କାହିଁକି ଦେଇନାହୁଁ ଦଶାଜଦିଭଲଅଛି ଆଜି ସନ୍ଧ୍ୟା ସୁଦ୍ଧା (ଅର୍ଥାତ) ୧୦/୦୩/୨୦୧୯ ରିଖ ସନ୍ଧ୍ୟାରେ ଜଳେଶ୍ୱର ମହିଳା ମହାବିଦ୍ୟାଳୟର କିରାଣୀ ତରଣୀ ଭୂୟାଁକୁ ୨ ଲକ୍ଷ ଟଙ୍କା ଦେଇଆସିବାକୁ କହିଥିଲେ । ନ ହେଲେ ଜୀବନରୁ ମାରିଦେବାର ଧମକ ଦେଇଥିଲେ ା ପରେ ଠିକାଦାର ଲୋକନାଥ ଜେନା ବିଧାୟକଙ୍କ ଘଟଣା ସମ୍ପର୍କରେ ୧୦/୦୩/୨୦୧୯ ରିଖ ରାତିରେ ଜଳେଶ୍ୱର ଥାନାରେ ଲିଖିତଅଭିଯୋଗ ଦେଇଛନ୍ତି । ତେବେ ସବୁଠାରୁ ବଡ଼ ପ୍ରଶ୍ନ ଯେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ନାମରେ ଆସିଥିବା ଅଭିଯୋଗ ଯଦି ସତ ହୋଇଥାଏ ତାହାଲେ ବିଜେଡି ସରକାର ଉପରେ ବିରୋଧି ଆଣୁଥିବା ପିସିସରକାରର ଅଭିଯୋଗ ସତ ହେବ ା ଅନ୍ୟପଟେ ଏଭଳି କାରନାମା ନେଇ ରାଜ୍ୟ ବିଜେଡିକୁ ଘେରିବା ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ଦଳକୁ ବଡ଼ ଖୁରାଗ ହେବ । ତେବେ ଜଳେଶ୍ୱର ମହିଳା ମହାବିଦ୍ୟାଳୟର କିଏ ସେହି କିରାଣୀ ତାଙ୍କ ସହ ବିଜେବି ବିଧାୟକ ଅଶ୍ୱିନୀ ପାତ୍ରଙ୍କର କଣ ଭିତିରି ସମ୍ପର୍କ ତାହା ଏବେ ରହସ୍ୟ ଘେରରେ । ତେବେ ଜଦି ଘଟଣା ସତହୁଏ ତାହାଲେ ଅଶ୍ବନୀ କଣ ପୁଣି ସିଲଟ ଧରିବେ ? ଜଳେଶ୍ବର ପୁଲିସ ଘଟଣାର ତଦନ୍ତ କଲାପରେ ବାସ୍ତବ କଥା ସାମ୍ନାକୁ ଆସିବ ା ଏ ସମ୍ପର୍କରେ ଜଳେଶ୍ବର ଥାନା ଅଧିକାରୀଙ୍କ ସହ ଯୋଗା ଯୋଗ କରିବାକୁ ଚେଷ୍ଟା କରାଯାଇଥିଲେବି ତାହା ସମ୍ବଭ ହୋଇପାରିନାହିଁ ା ଅନ୍ୟପଟେ ବିଧାୟକଙ୍କ ମତା ମତ ମିଳିପାରିନାହିଁ ା

Leave a Reply

Your email address will not be published. Required fields are marked *