ସିମୁଳିଆ : ଚଉଠି ରାତିରେ ଘଟିଲା ଚଉଦ କଥା । ଚଉଠି ରାତିର ପରରାତି ହେଲା କାଳରାତି ଜେଲର ସେଲ ଭିତରେ କଟିଲା ରାତି । ନଷ୍ଟ ହୋଇଗଲା ମାନ ସମ୍ମାନ , ଅସାମାଜିକ ଭଡାଟିଆ ଗୁଣ୍ଡାଙ୍କ ଭଳି ପୁଲିସ ଗାଡିରେ ବସି ହାଜତକୁ ଗଲେ ଇଞ୍ଜିନିୟରିଂ କଲେଜର ମାଲିକ ବେଣୁବାବୁ , ପୂର୍ବତନ ମନ୍ତ୍ରୀଙ୍କ ପୁଅ ରହିଲେ ଜେଲର ଅନ୍ଧାରିଆ ସେଲ ଭିତରେ ା ଚଉଠି ଭୋଜିଖାଇ ଫେରୁଥିବା ବେଳେ ଯୁବକଙ୍କୁ ଅକ୍ରମଣଘଟଣାରେ ;ଗିରଫ ହେଲେ ସତ୍ୟସାଇ ଇଂଜିନିୟରିଂ କଲେଜ ମାଲିକ ବେଣୁମାଧବ ପଣ୍ଡା
ବାଲେଶ୍ବର ଜିଲା ସିମୁଳିଆ ଥାନା କାଚପଡା ପଞ୍ଚାୟତ ଚିଆଁପୁର, ପୁରସ୍ତମପୁର ଗ୍ରାମରେ ଗତ ୧୦ତାରିଖ ରାତିରେ ନିଳମାଧବ ପଣ୍ଡାଙ୍କ ପୁତୁରା ବାହାଘର ଭୋଜି ଖାଇ ରଞ୍ଜନ କୁମାର ମଲ୍ଲିକ ଘରକୁ ଫେରୁଥିବାବେଳେ ନିକଟସ୍ଥ ରତ୍ନାକର ପଣ୍ଡା, ଭୀମା ପଣ୍ଡା ଏବଂ ତାର ବହୁମାନେ ଘୋଷାରୀ ଘୋଷାରୀ ରାସ୍ତାରେ ମାରିଥିବାର ଥାନାର ଅଭିଯୋଗ ହୋଇଥିଲା ଅନ୍ୟପକ୍ଷରେ ସେହି ଗ୍ରାମତ ଅନିତା ପଣ୍ଡା ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି ରାତିରେ ଆସି ସିମୁଳିଆର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ଦୁଇ ପୁଅ ବେଣୁ ମାଧବ ପଣ୍ଡା ଏବଂ ନୀଳ ମାଧବ ପଣ୍ଡା ଆମଘରକୁ ଆସି ପଥର ମାଡକରିବା ସହ ମହିଳା ମାନଙ୍କୁ ମାରଧର କରିଛନ୍ତି । ଏହାକୁ ନେଇ ସିମୁଳିଆ ଥାନାରେ ୨ଟି ମାମଲା ଋଜୁ ହୋଇଥିବା ବେଳେ ଗତ୧୧ ତାରିଖରେ ରଞ୍ଜନକୁ ମାଡ ମାରିଥିବା ଅଭିଯୋଗରେ ଭିମା ପଣ୍ଡା ସମେତ ଆଉଜଣକୁ ପୋଲିସ ଗିରଫ କରିଥିବା ବେଳେ ଆଜି ପଦ୍ମ ଲୋଚନ ପଣ୍ଡାଙ୍କ ପୁଅ ବେଣୁମାଧବ ପଣ୍ଡାଙ୍କୁ ବାଲେଶ୍ବରରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ପାରିବାରିକ କନ୍ଦଳ ଭିତରେ ରାଜନୀତିର ଛୁଙ୍କ ଲାଗିବାରୁ ବନ୍ଧା ହେଲେ ପଣ୍ଡା ପୁଅ ବୋଲି ସିମୁଳିଆରୁ ଶୁଣିବାକୁ ମିଳୁଛି l
