ସୋରରେ ଚାକିରି ଦେବାକୁ କହି ଡକାୟତି କରୁଛନ୍ତି ଡକାୟତ

ସୋର: ମାତିଛନ୍ତି ଡକାୟତ ମିଛରେ ଚାକିରି ଦେବାକୁ କହି ଶିଖିତ ଯୁବକଙ୍କୁ ଲୁଟୁଛନ୍ତି । ଶିକ୍ଷିତ ଯୁବକଙ୍କୁ ଚାକିରି କରାଇଦେବାକୁ କହି ଅର୍ଥ ଆତ୍ମସାତର ଅଭିଯୋଗ ବିଭିନ୍ନ ସମୟରେ ହେଉଥିବା ବେଳେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନହେବା ସେମାନଙ୍କୁ ସୁହାଉଛି । ତେବେ ଗତ କିଛିଦିନ ହେବ ସୋରରେ ଏମିତି ଅଭିଯୋଗ ସଂଖ୍ୟା ବଢି ବଢି ଚାଲିଛି ଖାଲି ସେତିକି ନୁହଁ ଏଇଭଳି ରେକେଟରେ ସାମିଲ ଥିବା କିଛି ନିର୍ଦିଷ୍ଟ ଦଲାଲ ମାନେ ଯୁବକମାନଙ୍କୁ ବିଇଡି , ସିଟି ସାର୍ଟିଫିକେଟ ଯୋଗାଇଦେବା କହି ମଧ୍ୟ ଅର୍ଥ ଆତ୍ମସାତ କରୁଛନ୍ତି ।

ଏଭଳି ଏକ ଅଭିଯୋଗ ଆଣି ସୋର ମହୁମୁହାଣ ଗ୍ରାମର ଆଲୋକ ଜେନା ନାମକ ଜଣେ ବ୍ୟକ୍ତି ସୋର ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ମୂଳେ ମ୍ଗଳପୁର ଗୋପିନାଥପୁରର ଘନଶ୍ୟାମ ନାୟକ ଓ ଦିଲ୍ଲିପ୍ ନାୟକ ଦୁଇଜଣ ବ୍ୟକ୍ତି ସେହିଗ୍ରାମର ଥିବା ଭାଗବତ ମାନସିକ ବିକ୍ରୁତ ସ୍ପେସାଲ ସ୍କୁଲରେ ପି.ଟି ଶିକ୍ଷକ ଭାବେ ନିଯୁକ୍ତି ଦେବାକୁ କହି ୧,୫୦,୦୦୦ (ଏକଲକ୍ଷ ପଚାଶ ହଜାର) ଟଙ୍କା ନେଇ ଅଦ୍ୟାବଧି ଚାକିରି ନଦେବାରୁ ଆଲୋକ ତାଙ୍କୁ ଟଙ୍କା ଫେରାଇବାକୁ କହିଥିଲେବି ଟଙ୍କା ଫେରାଉ ନାହାନ୍ତି । ତେବେ ଆଲୋକ ଏବାବଦରେ ସୋର ଥାନାରେ ଅଭିଯୋଗ କରିଥିବା ଜଣା ପଡିଛି । ତେବେ ଆହୁରି କିଛି ଲୋକଙ୍କ ପାଖରୁ ଏଭଳି ଚାକିରି ଦେବା କହି ଉକ୍ତ ଦ୍ବୟବ୍ୟକ୍ତି ଅର୍ଥ ନେଇ ଆତ୍ମସାତ କରିଥିବା ଯାଣିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *