ଜଳେଶ୍ବର : ( ସଂଜୟ ଦାସ ) ଦଲାଲଙ୍କ କବ୍ଜାରେଥିବା ଜଳେଶ୍ବର ଟୋଲଗେଟକୁ ଦଲାଲ ମୁକ୍ତକରିବାକୁ ଅଣ୍ଟାଭିଡିଲେ ଜଳେଶ୍ବର ଏସଡିପିଓା ପୂର୍ବରୁ ୭ଦଲାଲ ଜେଲରେ ଥିବା ବେଳେ ପୁଣି ଗତକାଲି ଆଉଜଣେ ବସରୁ ବେଆଇନ ଚାନ୍ଦ ଆଦାୟ କରୁଥିବା ଦଲାଲଗିରଫ ହୋଇ କୋର୍ଟଚାଲାଣ ହୋଇଛି। ତେବେ ଏଠି ଜଳେଶ୍ବର ଥାନାଅଧିକାରୀ ନିସ୍କ୍ରିୟ ଥିବା ବେଳେ ସକ୍ରିୟ ହୋଇପଡିଛନ୍ତି ଜଳେଶ୍ବର ଏସଡିପିଓ । ଖବରରୁ ଜଣାପଡିଛି ଯେ ମାତ୍ର ମାସ କେଇଟା ତଳେ ଅର୍ଥାତ ୧୪/୦୯/୨୦୧୯ ବହୁ ଚର୍ଚ୍ଚିତ ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ରୋଡ଼ ଟୋଲଗେଟ ନିକଟରେ ଯାତ୍ରୀବାହି ବସରୁ ବେଆଇନ ଚାନ୍ଦା ଆଦାୟ ଘଟଣାରେ ୭ ଜଣ ଯୁବକ ଗିରଫ ହୋଇ ଜେଲ୍ ରୁ ଫେରି ନଥିବା ବେଳେ ପୁଣି ଜଣକୁ ଗିରଫ କରିଛନ୍ତି ଜଳେଶ୍ବର ଏସଡିପିଓ । ଗିରଫ ହୋଇଥିବା ଯୁବକ ଜଣକ ହେଲେ ନଛିମପୁର ପଞ୍ଚାୟତ ଦେଉଳା ଗାଁର ନରୁତ୍ତମ ସେଠୀ ଓରଫ ( ଗିଲ) ରାତି ପ୍ରାୟ ୧୧ଟା ସମୟରେ ୫/୭ ଜଣ ମିଶି ବସରୁ ଚାନ୍ଦା ଆଦାୟ କରୁଥିଲେ । ଖବରପାଇ ସେଠାରେ ହଠାତ ଜଳେଶ୍ବର ଏସଡିପିଓ ଅଙ୍କିତା କୁମ୍ଭାର ପହଁଚିବା ପରେ ଚାନ୍ଦା ଆଦାୟ କାରୀ ମାନେ ଦୌଡ଼ି ପଳାଇ ଯାଉଥିବା ସମୟରେ ଧରାପଡି ଯାଇଥିଲା ନରୁତ୍ତମ (ଗିଲ) । ପରେ ଜଳେଶ୍ବର ଥାନା ୩୪୯/୧୯ ମୂଳେ କେସ ରୁଜୁ ହୋଇ ଅଭିଯୁକ୍ତକୁ କୋଟି ଚାଲାଣ କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଜଳେଶ୍ବର ଟୋଲଗେଟରୁ ଦିର୍ଘଦିନଧରି ଡକାୟତି କରୁଥିବା ଦଲାଲଙ୍କ ମନରୁ ଯାଉନାହିଁ ମୋଟା ଅଙ୍କ ରୋଜଗାରର ଅର୍ଥ ଲୂଭ । ଯାହାକି ଚିରାଚରିତ ଢଙ୍ଗରେ ପୂର୍ବଭଳି ଲକ୍ଷ୍ମଣନାଥ ରୋଡ଼ ଟୋଲଗେଟ ନିକଟରେ ଆରମ୍ଭ ହୋଇଯାଇଥିଲା ଯାତ୍ରୀବାହି ବସରୁ ଚାନ୍ଦ ଆଦାୟ । ପ୍ରତିଦିନ ରାଜ୍ୟ ବାହାରୁ ଆସୁଥିବା ବସ ଗୁଡିକ ଓଡ଼ିଶା ପ୍ରବେଶ ପଥ ଲକ୍ଷ୍ମଣ ନାଥ ରୋଡ଼ ଟୋଲଗେଟରେ ପହଞ୍ଚିବା ପରେ ଚାନ୍ଦା ଆଦାୟ କାରିଙ୍କ ଆରମ୍ଭ ହୁଏ ଡକାୟତି । ଯାହା ଟୋଲଗେଟର ସିସି କ୍ୟାମେରାରେ କୟେଦ ହୁଏ ପୁରା ଦୃଶ୍ୟ । ସନ୍ଧ୍ୟା ୭ ଟାରୁ ରାତି ୩ଟା ପର୍ଯ୍ୟନ୍ତ ପ୍ରତି ବସ ପିଛା ୧୦୦ ରୁ ୨୦୦ ଟଙ୍କା କରି ଆଦାୟ ଚାଲିଥାଏ ପୂରା ଦମରେ । ତେବେ ଜଣକ ପରେ ଜଣେ ଗିରଫର ତାଲିକା ବଢିଚାଳିବା ଦେଖି ଚାନ୍ଦା ଆଦାୟ କାରିଙ୍କ ମନରେ ଛନ୍ନକା ପଶିଛି । ଅନ୍ୟପଟେ ଆକ୍ସନମୋଡରେ ଥିବା ଏସଡିପିଓ ଅନ୍ୟଦଲାଲମାନଙ୍କୁ ଧରି ଟୋଲଗେଟକୁ କେବେ ଦଲାଲମୁକ୍ତ କରୁଛନ୍ତି ତାହା ଦେଖିବା ବାକିରହିଲା ।
