ଜଳେଶ୍ୱର : (ସଂଜୟ ଦାସ) ଫେଲ ମାରିଛି ସରକାରଙ୍କ ନୀତିନିୟମ । ଟାର୍ଗେଟ ଉପରେ ଟାର୍ଗେଟ ହୋଇଚାଲିଛି ଆବାସ ଗୃହ । ଥିଲାବାଲାଙ୍କ ପାଇଁ ଆବାସ ଯୋଜନା ଯୋଜନା ଗରିବଙ୍କ ପାଇଁ ନାହିଁ । ବାସ୍ତବିକ ଏଠି କାହାପାଇଁ ଆବାସ ଯୋଜନା ଗୃହ । ବର୍ଷ ବର୍ଷ ଧରି ଗୃହ ଅପେକ୍ଷାରେ ଗରିବଙ୍କ ପରିବାର । ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ନାମ୍ପ ଗାଁର ଜଣେ ବିକଳାଙ୍ଗ ପରିବାର ନାଡ଼ା ଓ ପଲିଥିନ୍ ଘର ଭିତରେ ବିତୁଛି ଜୀବନ । ବିକଳାଙ୍ଗ ଜଣକ ହେଉଛନ୍ତି ଲିପୁ ଦାସ ନିଜ ସ୍ତ୍ରୀ ଓ ଛୋଟ ଝିଅକୁ ଧରି ଘର ପାଖରେ ଏକ ମୋବାଇଲ ରିପାୟରିଂ ଛୋଟ ଦୋକାନଟି କରି ଦିନକୁ ଯାହା ମିଳେ ସେତିକିରେ ସଂସାର ଚାଲୁଛି । ଦୁଃଖ,କଷ୍ଟ ଭିତରେ ନିଜେ ଠିକ ଭାବରେ ଚାଲି ନପାରିଲେ ବି କାହାର ସାହାରା ନେଇ ଖଣ୍ଡିଏ ଆବାସ ଗୃହ ପାଇବା ଆଶାରେ ପଞ୍ଚାୟତ ଠାରୁ ବ୍ଲକ ଯାଏଁ ଚେଷ୍ଟା କରିବାକୁ ପଛାଇ ନାହାନ୍ତି ବିକଳାଙ୍ଗ ଲିପୁ । ଯାହାର ପ୍ରମାଣ ଆମ ପ୍ରତିନିଧିଙ୍କ ହାତରେ ଲାଗିଛି । ଯାହାକି ଜଳେଶ୍ୱର ବ୍ଲକ ଆବାସ ଯୋଜନା ଟାର୍ଗେଟର ବାସ୍ତବ ଚିତ୍ର ଏହାହିଁ ପ୍ରମାଣ କରୁଛି ଯେ ବାସ୍ତବି ଆବାସ ଯୋଜନା କାହାପାଇଁ । । ତେବେ ସବୁଠାରୁ ବଡ଼ କଥା ଯେ ପ୍ରକୃତରେ ଗରିବ ବିକଳାଙ୍ଗ ଲିପୁର ଦୁଃଖ ସରକାରଙ୍କ କେବେ ଶୁଣିବେ ତାହାହିଁ ଦେଖିବାକୁ ବାକିରହିଲା
