ଏକ୍ସନ ମୁଢରେ ବାଲିଆପାଳ ପୋଲିସ,ଆରମ୍ଭ ହେଲା ଗିରଫ

ଜଳେଶ୍ୱର : ( ସଂଜୟ ଦାସ ) ଦିନକୁ ଦିନ ଅଶାନ୍ତ ହେବାକୁ ଲାଗିଛି ବାଲେଶ୍ୱର ଜିଲ୍ଲାର ବାଲିଆପାଳ । ନାବାଳକର ମୃତ୍ୟୁ ଓ ପୋଲିସକୁ ମାଡ଼ ଘଟଣାକୁ ନେଇ ଏବେ ଏକ୍ସନ ମୁଡରେ ଖାକି, ଆରମ୍ଭ ହେଲା ଗିରଫ। ମେଞ୍ଚା ମେଞ୍ଚା ପୋଲିସଙ୍କୁ ଦେଖି ଗାଁ ଲୋକଙ୍କୁ ଘାରିଲାଣି ଭୟ । ତେବେ ଘଟଣାରୁ ପ୍ରକାଶ ଯେ ବାଲିଆପାଳ ଅଞ୍ଚଳରେ ଥିବା ରାଜଧାନୀ ଢ଼ାବାରେ ସେହି ଅଞ୍ଚଳର ଜଣେ ନାବାଳକ ଉକ୍ତ ଢ଼ାବାରେ କାମ କରୁଥିଲା । ତେବେ ଗତ ତା: ୨୬/୦୭/୨୦୧୯ ରିଖଦିନ କୋୖଣସି କାରଣରୁ ଢ଼ାବା ମାଲିକ ଉକ୍ତ ନାବାଳକକୁ ମାରିଦେଉ କି ନାବାଳକ ନିଜେ ଆତ୍ମହତ୍ୟା କରିଥାଉ ଏହାକୁ ନେଇ ଆରମ୍ଭ ହୋଇଥିଲା ତୁମୂଳ କାଣ୍ଡ । ଘଟଣା ସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚିବା ବିଳମ୍ବ ସହିତ ବାଲିଆପାଳ ଆଇ ଆଇ ସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କ ନାବାଳକ ମୃତ୍ୟୁ ର ମନ୍ତବ୍ୟକୁ ନେଇ ଗାଁଲୋକେ ରକ୍ତମୁଖା ହୋଇପଡିଥିଲେ । ଆଉ ଘଟଣା ସ୍ଥଳରେ ଆରମ୍ଭ ହୋଇଥିଲା ଲଙ୍କାକଣ୍ଡ । ଗାଁଲୋକେ ଥାନା ଅଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ବିଚ ରାସ୍ତାରେ ଗୋଡାଇ ଗୋଡ଼ାଇ ମାଡ଼ ମାରିଥିଲେ । ପରେ ନାବାଳକ ମୃତ୍ୟୁ ଓ ପୋଲିସକୁ ମାଡ଼ ଦୁଇଟି ଘଟଣାର ପୃଥକ ପୃଥକ ଭାବେ ମାମଲା ରୁଜୁ ହୋଇଥିଲା। ନାବାଳକ ମାମଲାରେ ଏଚ ଆର ପିସି ତଦନ୍ତ କରୁଥିଲେ ମଧ୍ୟ ଏ ଯାବତ କେହି ଅଭିଯୁକ୍ତ ଗିରଫ ହୋଇନଥିବା ଜଣାପଡିଛି। କିନ୍ତୁ ଘଟଣାର ସପ୍ତାହ ପରେ ଆଜି ଅର୍ଥାତ ୦୧/୦୮୨୦୧୯ରିଖରେ ପୋଲିସକୁ ମାଡ଼ ମାରିବା ମାମଲାରେ (୧୪୮/୧୯) କେସ ମୂଳେ ୧୩ ଜଣ ଅଭିଯୁକ୍ତକୁ ଏସପି ଙ୍କ ନିର୍ଦ୍ଦେଶରେ ଗିରଫ କରାଯାଇ କୋଟ ଚାଲାଣ କରାଯାଇଛି । ତେବେ ସବୁଠାରୁ ବଡ଼ ପ୍ରଶ୍ନ ଯେ ଅଦ୍ୟାବଧି ପୋଲିସ ହୋଟେଲ ମାଲିକ କି ପିଲା ମ୍ରୁତ୍ୟୁ ମାମଲାରେ କାହାକୁଗିରଫ କରିପାରିନଥିବା ବେଳେ ପୁଲିସ ମାଡ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିବା ପୁଣି ଅଶାନ୍ତି ତିବ୍ର ରୂପ ନେବା ସନ୍ଦେହ କରାଯାଉଛି । ଅନ୍ୟପଟେ ୭ପ୍ଲାଟୁନ ପୁଲିସ ବାଲିଆପାଳରେ ମ୍ରୁତୟନ ହୋଇଥିବା ବେଳେ ପୁଲିସ ବାଲିଆପାଳରେ ଏକ୍ସନ ମୋର୍ଡରେ ଥିବା ସାମ୍ନାକୁ ଆସିଛି ।

Leave a Reply

Your email address will not be published. Required fields are marked *