ବିମୁଦ୍ରା କରଣ ଓ ଜି ଏସ ଟି ପାଇଁ ଦେଶ ଗଭିର ସମସ୍ୟା ଭୋଗୁଛି ଭୋଗିବ: କହିଲେ ଅର୍ଥନୀତିରେ ନୋବେଲ ବିଜେତା ଅଭିଜିତ୍ ବାନାର୍ଜୀ

ନିୟୁଦିଲ୍ଲି : ଭାରତ ଏବେ ଅର୍ଥନୈତିକ ଗଭିର ସମସ୍ୟ ମଧ୍ୟଦେଇ ଗତିକରୁଛି ଏ ସମସ୍ୟା ଆଗକୁ ଆହୁରି ବଡ ସମସ୍ୟା ଶୃଷ୍ଟି କରିବ ବୋଲି କହିଲେ ଅର୍ଥନୀତିରେ ନୋବେଲ ବିଜେତା ଅଭିଜିତ୍ ବାନାର୍ଜୀ । ଏଥିସହ ସେ କହିଛନ୍ତି ଏଭଳି ଅବସ୍ତା କେବେ ପୂର୍ବରୁ ହୋଇନଥିଲା ଯାହା ବିଗତ ୪ବର୍ଷ ମଧ୍ୟରେ ଦେଖିବାକୁ ମିଳିଛି । ଭାରତରେ ପୁଞ୍ଜିନିବେଶ ୭୫ଶତକଡା କମିଥିବା ବେଳେ ରପ୍ତାନିର କୈାଣସି ବୃଦ୍ଧିଘଟିନାହିଁ । ତେବେ ଅଭିଜିତ୍ ଙ୍କ ଏଭଳି ବୟାନ ମୋଦିଶରକାରଙ୍କୁ ଚିନ୍ତାରେ ପକାଇଛି ।

ଅନ୍ୟପଟେ ମୋଦିଶରକାର ଗତକିଛିବର୍ଷଧରି ଜେ.ଏନ.ୟୁ କୁୁ ବଦନାମ କରିବାକୁ ଚେଷ୍ଟା କରୁଥିବା ବେଳେ ଅଭିଜିତ୍ ଙ୍କ ନୋବେଲ ପୁରସ୍କାର ପୁଣି ଜେ.ଏନ.ୟୁ ପାଇଁ ଏକ ଖୁସିର ଖବର ନେଇଆସିଛି । ତେବେ ବିଭିନ୍ନ ସମୟରେ ବିଜେପିର କିଛି ଅଣପଢ ନେତା ଜେ.ଏନ.ୟୁ ରେ ଦେଶଦ୍ରୋହି ତିଆରି ହୁଅନ୍ତି କହିଆସୁଥିବା ବେଳେ ଆଜି ଜେ .ଏନ.ୟୁ ଛାତ୍ର ଦେଶ ପାଇଁ ଜେ ଗୈାରବ ସାଉଣ୍ଟି ପାରିଛନ୍ତି ଏହା ସେମାନଙ୍କୁ ଚାପୁଡା ଭଳି ଲାଗିଥିବା କହିଛନ୍ତି ଏ . ଆଇ .ଏସ .ଏଫର ଛାତ୍ର ନେତା ମାନେ ।

ସଫଳତା ପାଇଁ ଏବେ ଅଭିଜିତଙ୍କ ନିକଟକୁ ଛୁଟିଛି ଅଭିନନ୍ଦନର ସୁଅ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଅଭିଜତିଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ବଂଶୋଦ୍ଭବ ଅର୍ଥନୀତିଜ୍ଞ ଅଭିଜିତ୍ ବିନାୟକ ବାନାର୍ଜୀ କୋଲକାତାରେ ଜନ୍ମିତ। ସେ କୋଲକାତାର ପ୍ରେସିଡେନ୍ସୀ କଲେଜରେ ସ୍ନାତକ ଶେଷ ପରେ ଦିଲ୍ଲୀର ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର କରିବା ପରେ ହାଭାର୍ଡ ବିଶ୍ୱବିଦ୍ୟାଳୟରୁ ପିଏଚଡି ଲା ଭ କରିଥିଲେ। ବିଶ୍ୱର ଜଣେ ଜଣାଶୁଣା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ବର୍ତ୍ତମାନ ମାସାଚ୍ୟୁଟସ୍ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଅର୍ଥନୀତି ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *