ସୋର ଅବକାରି ଅଧିକାରୀ ସାଜିଛି ମଦବେପାରି

ସରକାରଙ୍କ ଦରମା ନେଇ ବେଆଇନ୍ ମଦ ବେପାରିଙ୍କ ଧରମ ଭାଇ ସାଜିଛି ସୋର ଅବକାରୀ ଅଧିକାରୀ । ବେଆଇନ ମଦମାଫିଆ ଓ ବେପାରିଙ୍କୁ ନଧରି ପରୋକ୍ଷରେ ନିଜେ ମଦବେପାରି ସାଜିଛନ୍ତି ସୋର ଅବକାରୀ ଅଧିକାରୀ । ଖାଲି ମାସିକା ନେଇ ସେଟିଂ, ସୋରର ସତକଡା ୯୯% ଢାବାରେ ଖୁଲମ ଖୁଲା ମଦ ବିକ୍ରି ଚାଲିଥିବା ବେଳେ ପାନ ଦୋକାନ ଫାଷ୍ଟଫୁଡ ଦୋକାନରେବି ନିର୍ଧୁମ ମଦବେପାର ଚାଲିଛି ।

ସୋର ରାଧାନାଥ ପଡିଆ ସନ୍ଧ୍ୟା୭ଟାରୁ ୧୧ଟା ଯାଏଁ ସାଜୁଛି ଖୁଲା ବାର । ଆଗରେ ଚାଖଣା ପଛରେ ମଦ । ଅଡଙ୍ଗ ବଜାର ଭିତରେ କଥା କାହାକୁବା ଅଛପା । ୧୦ ଟଙ୍କାରେବି ମିଳିବ, ୨୦ଦେଲେ ଖାଇବ ପିଇବ ଶାନ୍ତି ହୋଇକି ଫେରିବ । ଆପଣଙ୍କ ଷ୍ଟାଣ୍ଡାଡ ଜଦି ଆଉଟିକେ ଅଧିକ ଥିବ ସିଧା ପଳେଇ ଆସିବ ଜାତୀୟ ରାଜପଥ କଡର ଜେକୈାଣସି ଢାବା କିମ୍ବା ହୋଟେଲକୁ ସେଠି ଦାମିକା ପାଖରୁ କମ ଦାମିକା ପର୍ଯ୍ୟନ୍ତ ସବୁମିଳୁଛି । ଖାଇବ ପିଇବ ଦରକାର ପଡିଲେ ନେଇକି ଜିବ । ଏ ସବୁ କଥା ଆମ ଅବକାରୀ ସାରେ ଯାଣନ୍ତି କିନ୍ତୁ ଧରନ୍ତିନି ଅବଶ୍ୟ ଧରିବାଟା ତାଙ୍କ ଚାକିରି ସେ କୁଆଡେ କୁହନ୍ତି “ନଧରିଲେ କଣ ଚାକିରି ଚାଲିଜିବନା, ଦରମା ବନ୍ଦ ହୋଇଜିବ” । ଏ ଯୁକ୍ତିଟା ଅବଶ୍ୟ ତାଙ୍କର ଠିକ୍ କିନ୍ତୁ ଲୋକ ବେଇମାନ କହିବେ ସେ ଅର୍ଥ ଯାହା ପାଇଁ ଖର୍ଚ୍ଚ କରିବ ତାକୁ ବଡ ରୋଗ ହେବ ମଲା ବେଳକୁ ଜନ୍ତ୍ରଣା ପାଇବ । ଲୋକଙ୍କ ଟଙ୍କାରେ ଚାକିରି କରିଛ ଦରମା ନଉଛ ଲୋକଙ୍କ ପାଇଁ ସରକାର ଯାହା ଦାଇତ୍ୱ ଦେଇଛନ୍ତି ପାଳନ କର ଦରମା ନିଅ ଶାନ୍ତିରେ ରହିବ । ତମ ବେଳକୁ ସୋରରେ ଜଦି ମଦମୃତ୍ୟୁ ହୁଅନ୍ତା ତାହାଲେ ଯାଣନ୍ତ କଣ ହୁଅନ୍ତା । ୨ଲିଟିରିଆ ୫ଲିଟିରିଆଙ୍କୁ କେତେବେଳେ କେତେବେଳେ ଧରେଇ ଧରୁଛ ବୋଲି ଦେଖଉଛ ଏନ ଏଚ କଡ ହୋଟେଲ ଗୁଡାକୁ ଧରୁନ । ନାଁ ତାଙ୍କ ପାଖରୁ ପାଉଛ ଛି ଛି ଆମକୁ ଲାଜ ମାଡୁଛି ଏଭଳିଆ ଲୋକ ଆମ ପାଖା ପାଖୀରେ ଅଛନ୍ତି । ସୁଧୁରି ଯାଆରେ ଲୋକ ଭଲ କହିବେ ଆମେ ପୁରା ଟେକିକି ଲାଖିବୁ ବର୍ଷ ଶେଷକୁ ମାନପତ୍ର ୧୦୦ଟଙ୍କିଆ ଉପଢୈକନ ଦେବୁ । ନହେଲେ ମଦବେପାରିଙ୍କୁ ନଧରିଲା ଜାଏଁ ଏମିତି ଲେଖିବୁ ଶିଧା କଥା

Leave a Reply

Your email address will not be published. Required fields are marked *