ଜଳେଶ୍ୱର : ( ସଂଜୟ ଦାସ )ମଧ୍ୟପ୍ରଦେଶର ସାଗର ଜିଲ୍ଲା ସିବିଲ ଲାଇନ ଥାନା ଅଞ୍ଚଳରେ ବର୍ଷ ବର୍ଷଧରି ଚାଲିଥିଲା ବ୍ରୁମିଟ ନାମକ ଏକ ଚିଟଫଣ୍ଡ କମ୍ପାନୀ । ମୋଟା ଅଙ୍କର ଅର୍ଥ ଲାଭ ଦେଖାଇ ଲୋକଙ୍କ ଠାରୁ କୋଟିଏ ରୁ ଅଧିକ ଟଙ୍କା ଲୁଟି କମ୍ପାନୀ ଛୁ । ଅନଲାଇନ ମାଧ୍ୟମରେ ଯୋଗାଯୋଗ ହୋଇ ଜଳେଶ୍ୱରରୁ ସଂଜୟ ନାୟକ ନାମକ ଯୁବକ ଯାଇ ପହଞ୍ଚୀଥିଲା ମଧ୍ୟପ୍ରଦେଶରେ । ଚିଟଫଣ୍ଡ ବୃମିଟ ନାମକ କମ୍ପାନୀରେ ସଂଚାରକ ଭାବେ କାମ କରି ଲୋକଙ୍କୁ ମୋଟା ଅର୍ଥଲୋଭ ଦେଖାଇ ନିଜର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଉଥିଲେ ଲକ୍ଷାଧିକ ଟଙ୍କା । ବର୍ଷକ ପରେ ରାତାରାତି ବୃମିଟ ନାମକ କମ୍ପାନୀ ଗାଏବ । ବହୁ ଖୋଜାଖୋଜି ପରେ ଅର୍ଥ ହଡ଼ପ ଅଭିଯୋଗରେ ମଧ୍ୟପ୍ରଦେଶ ପୋଲିସ ଜଳେଶ୍ଵର ଅଞ୍ଚଳର ସଂଜୟ ନାୟକ ନାମକ ଜଣେ ଯୁବକକୁ ଗିରଫ କରିବାରେ ସଫଳ ହୋଇଛି । ଘଟଣାରୁ ଜଣାପଡିଛି ଯେ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ପଶ୍ଚିମବାଡ ପଞ୍ଚାୟତ ଦେବକୁମାର ଗାଁର ସଞ୍ଜୟ ନାୟକ (୩୭)। ମଧ୍ୟପ୍ରଦେଶର ସାଗର ଜିଲ୍ଲା ସିବିଲାଇନ କମ୍ପାନୀ ରେ ମ୍ୟାନେଜର ଭାବେ ଚାକିରି କରୁଥିବା ସମୟରେ ଅନ୍ୟ କିଛି କର୍ମଚାରୀଙ୍କ ସହ ମିଶି କମ୍ପାନୀ ର ଅର୍ଥ ତୋଷରପାତ କରି ନେଇଥିଲେ। ଏନେଇ ଆନନ୍ଦ ସାହୁ ନାମକ ଜଣେ ବ୍ୟକ୍ତି ସେଠାକାର ଥାନାରେ ଅଭିଯୋଗ କରିବା ପରେ ମଧ୍ୟପ୍ରଦେଶ ପୁଲିସ ୨୦୧୯ ମସିହା ମେ ୧ ତାରିଖରେ ସେହି ସବିଲ ଲାଇନ ଥାନାରେ ୧୧୮ ନମ୍ବରର ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଏହି ମାମଲାରେ ସଞ୍ଜୟ ଙ୍କ ସହ କୁଲଦୀପ ସୋନି,ରାଜେନ୍ଦ୍ର ସରଯଶି,ବିବେକ ମିଶ୍ରା ଓ ମନୋଜ
ଚୌରାସିଆ ପ୍ରମୁଖଙ୍କ ନାଁ ଏଫେଆର ରେ ରାହୋଛି । ତେବେ ସଞ୍ଜୟ ଗତ ଆଠ ମାସ ଧରି ମଧ୍ୟପ୍ରଦେଶରୁ ଗାଁ ଦେବକୁମାର ପଳାଇଆସି ଗାଁରେ ପ୍ରାୟ ୪୦ ଲକ୍ଷ ମୂଲ୍ୟରେ ଏକ ଆରାମଦାୟକ ଘରକରି ଦେଶ ମଜାରେ ଜୀବନ ବିତାଉଥିବା ମଧ୍ୟପ୍ରଦେଶ ପୁଲିସ କୁ ସୂଚନା ମିଳିଥିଲା। ସେହି ଅନୁସାରେ ମଧ୍ୟପ୍ରଦେଶ ପୁଲିସ ର ସବ ଇନ୍ସପେକ୍ଟର ରାମସିଆ ଚୌଧିରି ଙ୍କ ନେତୃତ୍ବରେ ଏକ ତିନି ଜଣିଆ ଟିମ ଜଳେଶ୍ବରରେ ପହଞ୍ଚି ସଞ୍ଜୟକୁ ଗିରଫ ପାଇଁ ପ୍ରଥମେ ଜଳେଶ୍ଵର ପୁଲିସର ସହାୟତା ନେଇଥିଲା । ବିଳମ୍ବିତ ରାତିରେ ଜଳେଶ୍ଵର ପୁଲିସ ସହାୟତାରେ ସଞ୍ଜୟକୁ ଦେବାକୁମାର ଗାଁଘରୁ ଗିରଫ କରାଯାଇଛି।ଗିରଫ ପରେ ବାଲେଶ୍ଵରର ସିଜିଏମଙ୍କ କୋର୍ଟରେ ହାଜର କରାଇବାପ ପରେ ତିନିଦିନିଆ ରିମାଣ୍ଡରେ ନେଇଛି ମଧ୍ୟପ୍ରଦେଶ ପୁଲିସ। ଗିରଫ ସଂଜୟ ଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ଜମା ଥିବା ପାସବୁକ ଏକାଉଣ୍ଟ ଖାତାକୁ ଲକ କରାଯିବା ସହ ୨ ଟି ମୋବାଇଲ ଜବଦ କରାଯାଇଛି ।
