ଚିଲିକା : ଗାଡି ଚଢାଇ ମାରିଦେଲେ ବିଧାୟକ ! ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡି ଚଢିଯିବା ଫଳରେ ଜଣେ ମହିଳା ପ୍ରାଣ ହରାଇଛନ୍ତି । ଏହା ସହିତ ୫ ରୁ ଅଧିକ ବିଜେପି କର୍ମୀ ଗୁରୁତର ହୋଇଥିବାବେଳେ, ୫ ରୁ ଅଧିକ ପୋଲିସ କର୍ମଚାରୀ ବି ଆହତ ହୋଇଛନ୍ତି । ଆଇଆଇସି ବି ଗୁରୁତର ଭାବରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗାଡିରେ ପ୍ରଶାନ୍ତ ଜଗଦେବ ବସିଥିବାବେଳେ, ତାଙ୍କ ଡ୍ରାଇଭର ଗାଡି ଚଳାଉ ଥିଲେ । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ, ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ସମ୍ମୁଖରେ ଏହି କାଣ୍ଡ ଘଟିଛି ।
