ପୋଷ୍ଟର ଚିରାକୁ ନେଇ ପ୍ରଥମେ ଗଣ୍ଡଗୋଳ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ରାଜନୈତିକ ହିଂସା । ବିଜେଡି ବିଜେପି ମଧ୍ୟରେ ଗୋଷ୍ଠି ସଂଘର୍ଷ । ୩୩ ନମ୍ବର ଓ୍ବାର୍ଡରେ ଗଣ୍ଡଗୋଳ । ୩ ବିଜେପି କର୍ମୀ ଗୁରୁତର । ଆହତ ଅବସ୍ଥାରେ ଆପଲୋ ହସ୍ପିଟାଲରେ ଭର୍ତ୍ତି । ୩୩ ନଂ ୱାର୍ଡ ବିଜେପି ପ୍ରାର୍ଥିନୀ ଧରିତ୍ରୀ ଜେନାଙ୍କ ସ୍ବାମୀଙ୍କ ସହ ଦିଅର ଓ ଦେଢଶୂରଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ବିଜେଡ଼ି କର୍ପୋରେଟର ପ୍ରାର୍ଥୀନି ସୁଲଗ୍ନା ଜେନାଙ୍କ ସ୍ଵାମୀ ଦିଳ୍ଳୀପ ଜେନା ଏବଂ ୩୨ ନଂ ୱାର୍ଡର ବିଜେଡ଼ି ପ୍ରାର୍ଥୀ ଶିଖର ଜେନା, ଶ୍ରୀଧର ଜେନାଙ୍କ ସହ ୬୦ ରୁ ଅଧିକ ଲୋକ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୋଷ୍ଟର ଚିରାକୁ ନେଇ ପ୍ରଥମେ ଗଣ୍ଡଗୋଳ ହୋଇଥିଲା । ପରେ ଅଭିଯୋଗ ପାଇଁ ଥାନାକୁ ଯାଇଥିବାବେଳେ, ଥାନା ସାମ୍ନାରେ ପୋଲିସ ଉପିସ୍ଥିତିରେ ଗଣ୍ଡଗୋଳ ହୋଇଛି ।

Leave a Reply

Your email address will not be published. Required fields are marked *