ଶାସକ ଦଳ ପର୍ଥୀଙ୍କୁ ନେଇ ଦଳରେ ଅସନ୍ତୋଷ, ବିପକ୍ଷରେ ମୌଦାନକୁ ଓହ୍ଲାଇଲେ ଟାଣୁଆ ନେତ୍ରୀ

ଫୁଲବାଣୀ : ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ସରିଲା ପରେ ଏବେ ପ୍ରଚାର ଆରମ୍ଭ ହୋଇଗଲାଣି । ହେଲେ ଜି.ଉଦୟଗିରି ଏନ୍ଏସିରେ ଶାସକ ଦଳର ବିଦ୍ରୋହୀ ପ୍ରାର୍ଥୀଙ୍କୁ ମନାଇ ନ ପାରିଲେ ଏଥର ବିଜେଡିକୁ କ୍ଷମତା ଦଖଲ ମହଙ୍ଗା ପଡ଼ିବ । ବିଜେଡିର ଗୋଷ୍ଠୀ କନ୍ଦଳ ଅନ୍ତର୍ଦ୍ୱନ୍ଦ ବିଜେପି ଓ କଂଗ୍ରେସକୁ ବେଶ ସୁହାଇବ ବୋଲି ଚର୍ଚ୍ଚା ହେଉଛି । ବିଜେଡିର ପୂର୍ବତନ ନଗରପାଳ ତଥା ଟାଣୁଆ ବିଜେଡି ନେତା ସଞ୍ଜିବପାତ୍ରଙ୍କ ପତ୍ନୀ ମିତାରାଣୀଙ୍କୁ ଦଳୀୟ ଟିକେଟ ନ ମିଳିବା ଫଳରେ ସେ ବିଦ୍ରୋହ କରି ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ତାଙ୍କର ଜିଉଦୟଗିରି ଅଞ୍ଚଳରେ ଭଲ ପ୍ରଭାବ ରହିଛି । ସେ ଜଣେ ଭଲ ସଂଗଠକ ଆଉ ସାଂଗଠନିକ ଦକ୍ଷତା ମଧ୍ୟ ତାଙ୍କର ରହିଛି ।

ଫଳରେ ତାଙ୍କର ପ୍ରାର୍ଥୀତ୍ୱ ବିଜେଡିକୁ ମହଙ୍ଗା ପଡିବ ନିଶ୍ଚୟ । ତେବେ ବିଜେଡିର କିଛି ସ୍ଥାନୀୟ ନେତା ସେ ସମର୍ଥନ ନଦେଲେ କିମ୍ଵା ସ୍ଵାଧୀନ ଭାବେ ଲଢେଇ କଲେ କୌଣସି ପ୍ରଭାବ ପଡିବନି । ଏଣୁ ତାଙ୍କୁ ମନାଇବାର କୌଣସି ଆବଶ୍ୟକତା ନାହିଁ ବୋଲି କହୁଥିବାବେଳେ, ଆଉ କିଛି ନେତା ତାଙ୍କୁ ଯେ କୌଣସି ପ୍ରକାରେ ମନାଇ ପ୍ରତ୍ୟାହାର କରିବା ସପକ୍ଷରେ ଅଛନ୍ତି । ସେହିପରି ବିଜେଡିର ଗୋଷ୍ଠୀକନ୍ଦଳ ଓ ପ୍ରାର୍ଥୀ ଚୟନରେ ତୃଟି ବିଶେଷକରି ବିଜେପିକୁ ସୁହାଇବ ବୋଲି ଚର୍ଚ୍ଚା ହେଉଛି ।

ବିଜେପି ଏଥର ଜଣେ ଉଚ୍ଚଶିକ୍ଷିତ, ସମାଜ ସେବୀ ତଥା ସଂଗଠିକା, ସମସ୍ତଙ୍କ ପ୍ରିୟଭାଜନ ହୋଇପାରୁଥିବା ନୂଆ ମୁହଁ ସୁସ୍ମିତା ଜେନାଙ୍କୁ ପ୍ରାର୍ଥୀ କରିଛି । ଫଳରେ ତାଙ୍କ ପ୍ରତି ସହରରେ ଭୋଟରମାନଙ୍କ ଜନସମର୍ଥନ ବୃଦ୍ଧିପାଇବାରେ ଲାଗିଛି । ସୁସ୍ମିତା ବହୁ ପୂର୍ବରୁ କର୍ମୀମାନଙ୍କୁ ନେଇ ଜବରଦସ୍ତ ପ୍ରଚାର ମଧ୍ୟ କରୁଛନ୍ତି । ପ୍ରତି ୱ।ର୍ଡରେ ସକାଳୁ ର।ତି ଯାଏ କର୍ମୀମାନଙ୍କୁ ନେଇ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ଦେବା ଲାଗି ଭୋଟରଙ୍କୁ ନିବେଦନ କରୁଛନ୍ତି । ତାଙ୍କ ପ୍ରତି ଦିନକୁ ଦିନ  ଜନ ସମର୍ଥନ ବୃଦ୍ଧିପାଇବାରେ ଲାଗିଛି ।

ବିଜେଡି ପୂର୍ବତନ ଉପାଧ୍ୟକ୍ଷ ଭାନୁ ପ୍ରଭା ମିଶ୍ରଙ୍କୁ ଟିକେଟ ଦେଇଛି । ହେଲେ ସେ ଉପାଧ୍ୟକ୍ଷ ରହି ସେ ଭଳି କିଛି ଆଖିଦୃଶିଆ କାର୍ଯ୍ୟ କରିପାରିନଥିଲେ । ଫଳରେ ଭୋଟର ତାଙ୍କ ସପକ୍ଷରେ ଭୋଟ ଦେବା ଲାଗି ଏତଟା ଆଗ୍ରହ ଦେଖାଉ ନଥିବା ଜଣାପଡିଛି । ସେହିପରି ଦୀର୍ଘବ ର୍ଷ ଧରି ଏନଏସି ଶାସକ ଦଳ କବଜାରେ ଥିଲା । ଲୋକେ ଏଥର ବଦଳାଇବାକୁ ଚାହୁଁଛନ୍ତି । ଯିଏ ଶିକ୍ଷିତ ହୋଇଥିବ ଆଉ ସ୍ୱଛ ନିର୍ମଳ ଶାସନ ଦେଇ ପାରିବ ଆଉ ସେମାନଙ୍କ ପାଇଁ କିଛି କରିବ, ସୁଖ ଦୁଃଖରେ ତାଙ୍କ ପାଖରେ ଛିଡ଼ା ହେବ ସେଭଳି ଏକ ନୂଆ ମୁହଁଙ୍କୁ ଏଥର ଭୋଟ ଦେଇ ଆମେ ସିଧ ସଳଖ ଜିତାଇବୁ ବୋଲି ଭୋଟର ଖୋଲାଖୋଲି କହୁଛନ୍ତି  । ହେଲେ କଂଗ୍ରେସ ମଧ୍ୟ ପ୍ରଚାରକୁ ଜୋରଦାର କରିବ ବୋଲି କହିଛି ।

Leave a Reply

Your email address will not be published. Required fields are marked *