ଭାରୀଯାନ ଧକ୍କାରେ ସାଇକେଲ ଆରୋହୀ ମୃତ

ଵଣାଇ : ଵଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ଲଲେଇ ଛକ ଠାରୁ କୋଇଡାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ୧୦(କ) ର କଲେଇପୋଷ ଛକ ନିକଟରେ ଏକ ୧୨ ଚକ ବିଶିଷ୍ଟ ଭାରୀଯାନ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ଘଟଣାରୁ ପ୍ରକାଶ ଯେ ପ୍ରତ୍ୟେକ ସପ୍ତାହର ଶୁକ୍ରବାର ଦିନ କଲେଇପୋଷ ଛକ ଠାରେ ସାପ୍ତାହିକ ହାଟ ବସେ, ସବୁଦିନ ଭଳି ଆଜି ମଧ୍ୟ ପରାଗପୋଷ ଗ୍ରାମର ମାଙ୍ଗା ଓରାମ ନିଜ ବାଡ଼ିରେ ଚାଷ କରିଥିବା କିଛି ପନିପରିବା ବିକ୍ରି କରିବା ନିମନ୍ତେ ଅପରାହ୍ନ ଚାରିଟା ବେଳେ ନିଜ ସାଇକେଲ ଯୋଗେ କଲେଇପୋଷ ହାଟକୁ ଆସୁଥିବା ସମୟରେ ଏକ ୧୨ ଚକିଆ ଭାରିଯାନ OD14 V= 7340 ମାଙ୍ଗା ଓରାମକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଲହୁଣୀପଡ଼ା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଥିବା ବେଳେ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *