ଦୁଇ ଛୁଆଙ୍କୁ ଧରି ଗାଁ ଭିତରେ ବୁଲୁଛି ମାଆ ଭାଲୁ

ନବରଙ୍ଗପୁର : ଦୁଇ ଛୁଆଙ୍କୁ ଧରି ଗାଁ ଭିତରେ ବୁଲୁଛି ମାଆ ଭାଲୁ । ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏ ଭାଇରାଲ ଭିଡିଓ । ଗତ କିଛି ଦିନ ଧରି ଗୋଟିଏ ମାଇ ଭାଲୁ ତାହାର ଦୁଇ ଛୁଆଙ୍କୁ ଧରି ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡା ଓ ନିକଟସ୍ଥ ଗାଁକୁ ଗାଁ ବୁଲୁଛି । ଭାଲୁଟି ଦୁଇ ଛୁଆ ସହ ସିନ୍ଧିଗୁଡା ଗାଁର ଜଗନ୍ନାଥ ପାତ୍ରଙ୍କ ଆମ୍ବ ବଗିଚାରେ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଭାଲୁଟି କାହାର କିଛି କ୍ଷତି କରିନଥିଲେ ମଧ୍ୟ ଲୋକ ଆତଙ୍କିତ ହୋଇ ରହିଛନ୍ତି । ଜଙ୍ଗଲ କ୍ଷୟ ହେଉ ଥିବାରୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ଭାଲୁ । କିଛି ଦିନ ତଳେ ନନ୍ଦାହାଣ୍ଡି ବ୍ଲକର ଖୁଣ୍ଟିଆ ଛକର ଗୋଟିଏ କଲଭର୍ଟ  ତଳେ ଗୋଟେ ଭାଲୁ ଛୁଆକୁ ଉଦ୍ଧାର କରିଥିଲା ବନ ବିଭାଗ ।

Leave a Reply

Your email address will not be published. Required fields are marked *