ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ବିଶାଳ ଆଧ୍ୟାତ୍ମିକ ମେଳା

ବଣାଇ : ବଣାଇ ବ୍ଲକ ଅନ୍ତର୍ଗତ ସରସରା ଗ୍ରାମର ସ୍କୁଲ ପଡିଆ ଠାରେ ଆଜି ସ୍ବାଧୀନତା ଅମୃତ ମହୋତ୍ସବର ସୁବର୍ଣ୍ଣ ଭାରତ ପଥେ କାର୍ଯ୍ୟକ୍ରମ ଅବସରରେ ଏକ ବିଶାଳ ଆଧ୍ୟାତ୍ମିକ ମେଳା ଉଦଘାଟିତ ହୋଇଯାଇଛି ।  ମୁଖ୍ୟ ଅତିଥି ଭାବେ ଵଣାଇର ପୂର୍ବତନ ବିଧାୟକ ଶ୍ରୀ ଭୀମସେନ ଚୌଧୁରୀ, ଵଣାଇ ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ତତ୍ ସଙ୍ଗେ ସଙ୍ଗେ ରାଜ ଯୋଗିନୀ ବ୍ରହ୍ମା କୁମାରୀ ପ୍ରମିଳା ଦିଦି ଏବଂ ଵଣାଇ ଶାଖା ମୁଖ୍ୟ ପ୍ରଭାତୀ ଦିଦି ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆଧ୍ୟାତ୍ମିକ ଧ୍ଵଜା ସହିତ ଶତାଧିକ ଗ୍ରାମବାସୀଙ୍କୁ ନେଇ ଏକ ଭବ୍ୟ ଶୋଭାଯାତ୍ରା ସ୍କୁଲ ପଡିଆରୁ ବାହାରି ଗ୍ରାମ ପରିକ୍ରମା କରିଥିଲା । ଏହି ଆଧ୍ୟାତ୍ମିକ ମେଳାରେ ବିଶ୍ଵ ବିଦ୍ୟାଳୟର ବିଶେଷଜ୍ଞମାନଙ୍କ ଦ୍ଵାରା ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେବା ସହିତ, ନିଶା ସେବନ କାରିମାନଙ୍କୁ ନିଶା ସେବନରୁ ନିବୃତ୍ତ କରିବା, ନାରୀ ସଶକ୍ତିକରଣ ପରିଚାଳନା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ଆସନ୍ତା ରବିବାର ପର୍ଯ୍ୟନ୍ତ ୪ ଦିନ ଧରି ଚାଲୁ ରହିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *