ଢେଙ୍କାନାଳ : ସାଧା ପୋଷାକରେ ଆସି ନିଜ ପତ୍ନୀଙ୍କ ପାଇଁ ନାମାଙ୍କନ ପତ୍ର ଦାଖଲ କରାଉଛନ୍ତି ପୋଲିସ ବାବୁ । ଏଭଳି କିଛି ଦୃଶ୍ୟ ଢେଙ୍କାନାଳ ଉପ ଜିଲାପାଳ ଅଫିସ ନିକଟରେ ଦେଖିବାକୁ ମିଳିଛି । ପୌର ନିର୍ବାଚନ ପାଇଁ ଗତକାଲି ଶେଷ ତାରିଖ ରହିଥିଲା । ବିଭିନ୍ନ ଦଳର ପ୍ରାର୍ଥୀମାନେ ଆସି ନାମାଙ୍କନ ଭରିଥିଲେ । ଢେଙ୍କାନାଳରେ ଏ.ଏସାଇ ଭାବେ କାର୍ଯ୍ୟ କରୁଥିବା ବିଚିତ୍ରା ନନ୍ଦ କରଙ୍କ ପତ୍ନୀ ୨୧ ନମ୍ବର ୱାର୍ଡରୁ ବିଜେଡି ତରଫରୁ ନାମାଙ୍କନ ଦାଖଲ କରିଥିଲେ । କିନ୍ତୁ ସ୍ଵାମୀ ପୋଲିସରେ ଚାକିରୀ କରି ମଧ୍ୟ ସ୍ତ୍ରୀଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିବା ଦେଖୁବାକୁ ମିଳିଥିଲା ।
