ଜଳୁଛି ଜଙ୍ଗଲ, ସଙ୍କଟରେ ବନ୍ୟଜନ୍ତୁ

ତେଲକୋଇ : ମାଙ୍କଡଚୁଆ ଜଙ୍ଗଲରେ ଲାଗିଛି ନିଆଁ । ଲିଭିବାର ନାଁ ଧରୁନି । ଜଳୁଛି ଜଙ୍ଗଲ ଆଉ ସଙ୍କଟରେ ବନ୍ୟଜନ୍ତୁ । ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟର କରଦାଙ୍ଗି ଗାଁ ଘୋଡାବେଡା ସାହି ନିକଟ ମାଙ୍କଡଚୁଆ ଜଙ୍ଗଲରେ ୪ ଦିନ ହେବ ଜଳୁଛି ନିଆଁ । ହୁତୁ ହୁତୁ ହୋଇ ଜଳୁଛି ଏକର ଏକର ଜଙ୍ଗଲ । ସନ୍ଧ୍ୟା ହେଲେ ନିଆଁର ପ୍ରକୋପ ଧିରେ ବଢ଼ିବାରେ ଲାଗୁଛି । ଜଙ୍ଗଲ  ନିଆଁରେ ମୂଲ୍ୟବାନ ଗଛଲତା  ଜଳିଯିବା ସହ ଔଷଧିୟ ଗୁଳ୍ମ ମଧ୍ୟ ନଷ୍ଟ ହୋଇଗଲାଣି । ବାରାହା୍, କୁଟୁରା ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି । ଫଳରେ ହରିଣ, କୁଟୁରା ଭଳି ପଶୁ ଶିକାରୀ କୁକୁରଙ୍କ ହାବୁଡରେ ପଡି ପ୍ରାଣ ହରାଉଛନ୍ତି ।

୪ ଦିନ ବିତିଯାଇଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରିନାହିଁ ବନବିଭାଗ । ମାର୍ଚ୍ଚ ମାସ ପୂର୍ବରୁ ରାସ୍ତା କଡ ଜଙ୍ଗଲ ଗୁଡିକର ସୁରକ୍ଷା ନିମନ୍ତେ ବନବିଭାଗ ପକ୍ଷରୁ ଫାୟାର ଲାଇନ ତିଆରି କରାଯିବାର ଆବଶ୍ୟକତା ଥିବାବେଳେ, ତାହା କରାଯାଇ ନଥିବାରୁ ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ଦେବା ଏବେ ବନବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନବିଭାଗ ଏ ପର୍ଯ୍ୟନ୍ତ ସେଭଳି କିଛି ଠୋସ୍ ପଦକ୍ଷେପ ମଧ୍ୟ ଗ୍ରହଣ କରିନଥିବା ଦେଖିବାକୁ ମିଳିଛି । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *